spot_img

Latest Posts

ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ ଯଦି ବାତିଲ ହୁଏ, ତେବେ କିଏ ଖେଳିବ ଫାଇନାଲ?

ଆସନ୍ତାକାଲି ଅର୍ଥାତ ଫେବୃଆରୀ ୪ ତାରିଖରେ ଭାରତ-ଅଷ୍ଟ୍ରେଲିଆା ମଧ୍ୟରେ ଚଳିତ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ଗୁରୁତ୍ବପୂର୍ଣ୍ଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତରଫରୁ ଖାସ୍ ନିୟମ ରହିଛି । ମ୍ୟାଚର ଫଳାଫଳ କିପରି ବାହାରି ପାରିବ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ଫେବୃଆରୀ ୪ରେ ଖେଳାଯିବାକୁ ଥିବା ନକଆଉଟ୍ ମ୍ୟାଚ ପାଇଁ ଭାରତ-ଅଷ୍ଟ୍ରେଲିଆା ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ସେମି ଲଢ଼େଇ ହେବ ।

ତେବେ ଏହା ମଧ୍ୟରେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି, ଯଦି ବର୍ଷା କାରଣରୁ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, ତେବେ କେଉଁ ଟିମ୍ ଫାଇନାଲରେ ପହଞ୍ଚିବ, ଆଉ ଏଥିପାଇଁ ଆଇସିସିର କ’ଣ ନିୟମ ରହିଛି? ବର୍ଷା ପାଇଁ ଏଥର ଅଷ୍ଟ୍ରେଲିଆର ଏକ ମ୍ୟାଚ ବାତିଲ ହୋଇଥିଲା । ତେଣୁ ସେମିରେ ବର୍ଷା ହୋଇପାରେ ବୋଲି ଫ୍ୟାନ୍ସଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ କେଉଁ ଟିମ୍ ଫାଇଦାରେ ରହିବ?

ଆଇସିସି ଏଥର ଦୁଇ ସେମି ମୁକାବିଲା ପାଇଁ ରିଜର୍ଭ ଡେ ରଖିଛି । ମାତ୍ର ଖେଳ ଧାର୍ଯ୍ୟ ଦିନରେ ସମାପ୍ତ କରିବାକୁ ପୂରା ପ୍ରୟାସ କରାଯିବ । ଯଦି ଏପରି ସମ୍ଭବ ହୁଏ ନାହିଁ, ତେବେ ରିଜର୍ଭ ଡେ’ରେ ପୂର୍ବ ଅସମାପ୍ତ ଖେଳକୁ ଜାରି ରଖାଯିବ । ଯଦି ମାର୍ଚ୍ଚ ୪ରେ ମାର୍ଚ୍ଚ ଖେଳିବ ସମ୍ଭବ ହେବନି, ତେବେ ୫ରେ ଖେଳାଯିବ । ଡକଓ୍ବର୍ଥ ଲୁଇସ ନିୟମ ଅନୁସାରେ ଫଳାଫଳ ବାହାର କରାଯିବା ପରେ ବ୍ୟାଟିଂ କରୁଥିବା ଟିମକୁ ଅତିକମରେ ୨୫ ଓଭର ଖେଳିବାକୁ ପଡ଼ିବ । ଗ୍ରୁପ ଷ୍ଟେଜ ପରେ ବ୍ୟାଟିଂ କରୁଥିବା ଟିମକୁ ୨୦ ଓଭର ଖେଳିବାକୁ ହୋଇଥାଏ । ମାତ୍ର ରିଜର୍ଭ ଡେ’ରେ ଫଳାଫଳ ନ ବାହାରିଲେ ଗ୍ରୁପ ଷ୍ଟେଜର ଟପରେ ଥିବା ଟିମ ଫାଇନାଲରେ ପହଞ୍ଚିଯିବ । ଭାରତୀୟ ଟିମ୍ ଗ୍ରୁପ ଷ୍ଟେଜରେ ଟପରେ ରହିଥିଲା । ଏପରି ସ୍ଥିତିରେ ଫଳାଫଳ ନ ବାହାରିଲେ ଭାରତ ଫାଇନାଲ ଖେଳିବ ।

Latest Posts

Don't Miss