spot_img

Latest Posts

ବିଜେପି ପାଇଁ ଓଡ଼ିଆ ଅସ୍ମିତା ଏକ ନିର୍ବାଚନୀ ଜୁମଲା,ଭୋଟ ସରିବା ପରେ ସବୁ ଭୁଲି ଗଲା ଦଳ

ନନ୍ଦିଘୋଷ ବ୍ୟୁରୋ:  କୋଟିଆରେ ଆନ୍ଧ୍ରର ମନମାନି । ପୋଲାଭରମରେ ଆନ୍ଧ୍ରକୁ ଅହେତୁକ ଅନୁକମ୍ପା। ଡବଲ ଇଂଜିନ ସରକାର ଭୁଲିଯାଇଛନ୍ତି ସ୍ଵତନ୍ତ୍ର ରାଜ୍ୟପ୍ୟାହା, ସ୍ଵତନ୍ତ୍ର ପ୍ୟାକେଜ, ମହାନଦୀ ଜଳ ବିବାଦ କଥା । କଂଗ୍ରେସ ଅଭିଯୋଗ କରିଛି – ବିଜେପି ସରକାର ଓଡ଼ିଆ ଅସ୍ମିତାକୁ ଅପମାନ କରୁଛି। ଓଡ଼ିଶାର, ଓଡ଼ିଆଙ୍କ ସ୍ଵାର୍ଥ ପ୍ରସଙ୍ଗରେ ଶାସକ ଦଳ ଚୁପ୍। ଅସ୍ମିତାକୁ ନେଇ ବିଜେପି ସରକାରଙ୍କ ଦୋମୁହାଁ ନୀତି ପଦାରେ ପଡ଼ିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। । ଦଳର ବରିଷ୍ଠ ନେତା ଜୟଦେବ ଜେନା, ବିଜେପି ନେତାଙ୍କୁ ମନେପକାଇ ଦେଇଛନ୍ତି, ସେମାନେ ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତି। ୩୦୦ ୟୁନିଟ ବିଜୁଳି ମାଗଣା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଏବେ କିନ୍ତୁ ବିଜୁଳି ଦର କିପରି ବଢିବ ସେ ବ୍ୟବସ୍ଥା କରୁଛି। ଏହାର ଜବାବ ରଖିଛି ବିଜେପି।

ସେପଟେ ବିଜେଡି କହିଛି, ଓଡ଼ିଶାର ସ୍ଵାର୍ଥ ପାଇଁ ଦଳ ଲଢ଼େଇ ଜାରି ରଖିବ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟର ହକ୍ ପାଇଁ ଲଢ଼େଇ କରିବାକୁ ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଦଳର ନେତାମାନେ ସଂକଳ୍ପ ନେବେ । ପୋଲାଭରମ, ମହାନଦୀ, କୋଟିଆରୁ ଆରମ୍ଭ କରି ରାଜ୍ୟର ସମସ୍ତ ସ୍ଵାର୍ଥ ପାଇଁ ଦିଲ୍ଳୀରୁ ପଲ୍ଲୀ ଯାଏ ବିଜେଡି ଲଢେଇ କରିବ।

ରାଜନୀତି ପାଇଁ ଡବଲ ଇଂଜିନ ସରକାର ଅସ୍ମିତାକୁ ଢାଲ କରି ଓଡ଼ିଶାବାସୀଙ୍କୁ ଭଣ୍ଡାଇ ଚାଲିଛି। ଏଥିପାଇଁ ବିଜେପି ଉପରେ ବର୍ଷିଛି କଂଗ୍ରେସ। ସେପଟେ ଓଡ଼ିଶାର ହକ୍ ପାଇଁ ବିଜେଡି ବିଜୁ ଜୟନ୍ତୀରୁ ସଂକଳ୍ପ ନେବାକୁ ଯାଉଛି। ଏହାକୁ ନେଇ ରାଜ୍ୟ ରାଜନୀତି ଉଷ୍ଣ।

Latest Posts

Don't Miss