spot_img

Latest Posts

ବାଲିଆପାଳ ବ୍ଳକ ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ

ନନ୍ଦିଘୋଷ ବ୍ୟୁରୋ: ପୁଣି ମନ୍ଦିରରୁ ଲୁଟ । ବାଲେଶ୍ଵର ବାଲିଆପାଳ ବ୍ଳକ ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ। ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟଗେଟର ତାଲା ଭାଙ୍ଗି ହୁଣ୍ଡି ବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିଛନ୍ତି। ଗତକାଲି ମନ୍ଦିରର ପୂଜକ ପୂଜାର୍ଚ୍ଚନା ସାରି ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିଲେ। କିନ୍ତୁ ଆଜି ସକାଳୁ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଆସିଲା ବେଳକୁ ମନ୍ଦିରର ମୁଖ୍ୟ ଫାଟକ ତାଲାକୁ କଟା ହୋଇଥିବା ଦେଖିବାକୁ ପାଇଥିଲେ। ମନ୍ଦିର ଭିତରକୁ ଦୁର୍ବୃତ୍ତମାନେ ପଶି ହୁଣ୍ଡି ବାକ୍ସ ଭାଙ୍ଗି ଲୁଟ କରିଛନ୍ତି। ବାଲିଆପାଳ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିରରୁ କଣ ସବୁ ଲୁଟ ହୋଇଛି ଏହାର ତନାଘନା କରୁଛି ପୋଲିସ। ଦିନକୁ ଦିନ ବାଲିଆପାଳ ବ୍ଳକରେ ବିଭିନ୍ନ ମନ୍ଦିରରୁ ଲୁଟ ହେଉଥିବାରୁ ପୋଲିସର ପାରିବାପଣିଆକୁ ନେଇ ଉଠିଛି ପ୍ରଶ୍ନ ।

Latest Posts

Don't Miss