spot_img

Latest Posts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏବେବି ସମ୍ପୂର୍ଣ୍ଣ ହୋଇନାହିଁ ପ୍ରକଳ୍ପ କାମ। ମଠ ପୁନରୁଦ୍ଧାର କାମ ବୁଲି ଦେଖିବା ସହ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ବୁଲିଲେ ଗଜପତି ମହାରାଜା। ବର୍ତ୍ତମାନର ଶ୍ରୀମନ୍ଦିର କାର୍ଯ୍ୟାଳୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅଭ୍ୟର୍ଥନା କେନ୍ଦ୍ର ହେବ ବୋଲି କହିଛନ୍ତି ଗଜପତି ମହାରାଜା। ଶ୍ରୀମନ୍ଦିରର ନୂତନ କାର୍ଯ୍ୟଳୟ ନରେନ୍ଦ୍ର ମହଲା ସ୍ଥାନରେ ହେବାକୁ ସ୍ଥିର ହୋଇଛି। ସେହିପରି ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ଓ ରଘୁନନ୍ଦନ ଲାଇବ୍ରେରୀ  ଏମାର ମଠ ନିକଟରେ ଥିବା ଖାଲି ସ୍ଥାନରେ ନିର୍ମାଣ ହେବ।

ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମହାପ୍ରସାଦ ସେବନ ସୁବିଧା ନେଇ ଉତ୍ତର ଦ୍ୱାର ବାହାରେ ଅନ୍ନଛତ୍ର ନେଇ ସ୍ଥାନ ନିରୂପଣ କରାଯିବ। ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ।ଏ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି।ସେହିପରି ଅଧପନ୍ତରିଆ ଥିବା  ପ୍ରକଳ୍ପ କାମ, ମଠ ପୁନରୁଦ୍ଧାର ନେଇ ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ଅନୁଧ୍ୟାନ କରୁଥିବା ଜଣାପଡିଛି।ଗଜପତିଙ୍କ ସାଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଓବିସିସି ଅଧିକାରୀ ଓ ମଠ ମହନ୍ତ ଥିଲେ।

Latest Posts

Don't Miss