spot_img

Latest Posts

କର୍ଣ୍ଣାଟକ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ରାଜ୍ୟର ୪୮ ରାଜନେତା ହନିଟ୍ରାପର ଶିକାର

କର୍ଣ୍ଣାଟକ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ। ରାଜ୍ୟର ୪୮ ରାଜନେତା ହନିଟ୍ରାପର ଶିକାର। କେବଳ ରାଜ୍ୟର ନୁହେଁ, କେତେକ କେନ୍ଦ୍ରୀୟ ନେତା ବି ହନିଟ୍ରାପରେ ଫସିଥିବା କହିଛନ୍ତି ସମବାୟ ମନ୍ତ୍ରୀ କେ.ଏନ. ରାଜାନ୍ନା। ମନ୍ତ୍ରୀଙ୍କ ଏହି ବୟାନ ପରେ ସାରା ରାଜ୍ୟରେ ଝଡ଼ ସୃଷ୍ଟି ହୋଇଛି। ଗତକାଲି ବିଧାନସଭାରେ ମନ୍ତ୍ରୀ ଏହି ବିବୃତି ଦେବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ବି ଦାବି ହୋଇଛି। ସେ ଆହୁରି କହିଛନ୍ତି- ରାଜ୍ୟର ଦୁଇ ଜଣ ପ୍ରତିପତ୍ତିଶାଳୀ ମନ୍ତ୍ରୀ ହନିଟ୍ରାପର ଶିକାର ହୋଇଛନ୍ତି। ଏପରିକି ସେ ନିଜେ ଓ ଅନ୍ୟ ଜଣେ ମନ୍ତ୍ରୀ ଜି. ପରମେଶ୍ବର ବି ଏହାର ଶିକାର ହୋଇଛନ୍ତି ବୋଲି ସେ କହିଛନ୍ତି। ଏପ୍ରସଙ୍ଗରେ ସେ ଗୃହମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇବେ। ଏସବୁ ସ୍କାଣ୍ଡାଲରେ କେଉଁମାନେ ପ୍ରଚ୍ଛଦରେ ରହିଛନ୍ତି ତାହାର ଦଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ସେପଟେ ରାଜାନ୍ନାଙ୍କ ପୁଅ ତଥା ଏମଏଲସି ସଦସ୍ୟ ରାଜେନ୍ଦ୍ର ବି ଉଠାଇଛନ୍ତି ସମାନ ଅଭିଯୋଗ। ଗତ ୬ ମାସ ଧରି ରାଜ୍ୟରେ ହନିଟ୍ରାପ ଲାଗି ଉଦ୍ୟମ ହେଉଛି ବୋଲି ସେ କହିଛନ୍ତି। ସେହିପରି କର୍ଣ୍ଣାଟକ ପୂର୍ତ୍ତ ମନ୍ତ୍ରୀ ସତୀ ଜାରିକହୋଲି ବି ସମାନ ଅଭିଯୋଗ କରିଛନ୍ତି।

Latest Posts

Don't Miss