spot_img

Latest Posts

ଆହୁରି ୩ ଦିନ କାଳବୈଶାଖୀ ବର୍ଷାରେ ଭିଜିବ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: କାଳବୈଖାଖୀ ପ୍ରଭାବରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ହେବ। ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଙ୍ଗ ସହ କୁଆପଥର ମାଡ଼ ହେବାର ସତର୍କତା ଜାରି କରାଯାଇଛି। ଆଜି ଅନେକ ସ୍ଥାନରେ ବର୍ଷା ହେବା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ୭ରୁ ୧୧ ସେମି ବର୍ଷା ରେକର୍ଡ କରାଯାଇଛି।  ବାଲେଶ୍ୱର ,ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, ମୟୂରଭଞ୍ଜ ଓ କେନ୍ଦୁଝରରେ ଅରେଞ୍ଜ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ଓ  କୁଆପଥର ବର୍ଷାକୁ  ନେଇ ଜଗତସିଂହପୁର,କଟକ, ଢେଙ୍କାନାଳ, ଅନୁଗୁଳ ଦେଓଗଡ ଓ ସୁନ୍ଦରଗଡରେ  ଅରେଞ୍ଜ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସମୟରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି। ସେହିପରି ଝାରସୁଗୁଡା, ସୋନପୁର ବରଗଡ଼, ସମ୍ବଲପୁର,  ବୌଦ୍ଧ, ନୟାଗଡ, କନ୍ଧମାଳ, କଳାହାଣ୍ଡି ପୁରୀ ଗଜପତି, ଗଂଜାମ,  ରାୟଗଡା,କୋରାପୁଟ ମାଲକାନଗିରି, ନୂଆପଡା,ବଲାଙ୍ଗୀର ଓ ନବରଙ୍ଗପୁର ରେ ବିଜୁଳି ଘଡଘଡି ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି  ପାଣିପାଗ ବିଭାଗ। ଆସନ୍ତା କାଲିଠାରୁ ବର୍ଷାର ପରିମାଣ କମିବ। ୨୪ ତାରିଖ ଯାଏ ରାଜ୍ୟରେ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨୫ ପରେ ପାଗରେ ପରିବର୍ତ୍ତନ ଆସିବ। ପରେ ଧୀରେ ଧୀରେ ତାପମାତ୍ରା ବଢିବା ସହ ୨ ରୁ ୫ ଡିଗ୍ରୀ ତାପମାତ୍ରା ପୁଣି ବୃଦ୍ଧି ହେବ ଓ ଅସମ୍ଭାଳ ତାତି ଦେଖାଯିବ ବୋଲି ପୂର୍ବାନୁମାନ ପାଣିପାଗ ବିଭାଗ। ବାରିପଦାରେ ସର୍ବାଧିକ ୧୨୩.୪ ମିମି ବର୍ଷା ହୋଇଛି। କେନ୍ଦୁଝର ଯୋଡ଼ାରେ ୮୪.୫ ମିମି,  ସୁନ୍ଦରଗଡ ରାଜଗାଙ୍ଗପୁରରେ  ୭୦.୨ ମିମି, କେନ୍ଦୁଝର ସରପଡା ରେ ୬୧.୬ ମିମି ବର୍ଷା ରେକର୍ଡ ହୋଇଛି।

https://www.youtube.com/watch?v=iHjJqZIcIWQ

Latest Posts

Don't Miss