spot_img

Latest Posts

ହାତ ଯୋଡ଼ିଲେ ସଲମାନ, କହିଲେ ଆଉ ବିବାଦରେ ଫସିବାର ନାହିଁ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ଦେଖିବା ପାଇଁ ଚାହିଁ ରହିଥାନ୍ତି ଦର୍ଶକେ । ଇଦରେ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ସିକନ୍ଦର ରିଲିଜ୍ ହେବାକୁ ଯାଉଛି । ଯାହାକି ୪୦୦ କୋଟି ବଜେଟର ଫିଲ୍ମ । ତେବେ ଟ୍ରେଲରକୁ ଦର୍ଶକେ ବେଶ ପସନ୍ଦ କରିଥିବାବେଳେ ଆଡଭାନ୍ସ ଟିକେଟ ବୁକିଂରେ ମଧ୍ୟ ଏହା ଆଗରେ ରହିଛି । ତେବେ ପ୍ରାୟତଃ ଫିଲ୍ମକୁ ହିଟ୍ କରିବା ପାଇଁ ଅଧିକାଂଶ ସମୟରେ କଳାକାରମାନେ ଜାଣିଶୁଣି ବିବାଦ ସୃଷ୍ଟି କରିଥାନ୍ତି । ଏଭଳି ଏକ ପ୍ରଶ୍ନ ସଲମାନ ପଚରା ଯାଇଥିଲା । ସିକନ୍ଦର ରିଲିଜ ହେବା ପୂର୍ବରୁ କୌଣସି ବିବାଦ ରହିଛି କି ? ଯାହାର ଉତ୍ତରରେ ସେ କହିଥିଲେ କି, ନା ଭାଇ ଆଉ ବିବାଦରେ ଫସିବାର ନାହିଁ । ଏମିତି ଅନେକ ବିବାଦରେ ଆଗରୁ ଫସିଛି । ସେ ହାତ ଯୋଡ଼ି ଆଉ ବିବାଦରେ ଫସିବାର ନାହିଁ ବୋଲି ପ୍ରତିକ୍ରିୟାରେ କହିଥିଲେ । ଯାହାର ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ତେବେ କହି ରଖୁଛୁ କି, ସଲମାନ ଖାନ ଏଭଳି ଜଣେ ଅଭିନେତା ଯିଏକି ପୂର୍ବରୁ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି ଯେପରି କି, ବିବେକ ଓବରୟଙ୍କୁ ଧମକ ଦେବା, ଐଶର୍ଯ୍ୟା ରାୟଙ୍କ ସହ ସମ୍ପର୍କ, ଶାହାରୁଖଙ୍କ ସହ ବିବାଦ, ହରିଣ ଶିକାର ମାମଲା ଏବଂ ଅରିଜିତଙ୍କ ସହ ଶୀତଳ ଯୁଦ୍ଧ । ଏମିତି ଅନେକ ବିବାଦରେ ଛନ୍ଦି ହୋଇଥିଲେ ସୁଦ୍ଧା ସଲମାନ ନିଜର ଦମଦାର ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ।

Latest Posts

Don't Miss