spot_img

Latest Posts

ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିବେ ନୂଆ ଟାରିଫ ପ୍ଲାନ: ପ୍ରଭାବିତ ହୋଇପାରେ ଭାରତ

ଓ୍ବାଶିଂଟନ: ଆମେରିକାର ନୂଆ ଟାରିଫ ପ୍ଲାନରେ କ୍ଷତିଗ୍ରସ୍ତ ହୋଇପାରେ ଭାରତ। ଆସନ୍ତାକାଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନୂଆ ଟାରିଫ ପ୍ଲାନ ଘୋଷଣା କରିବାକୁ ଯାଉଥିବାବେଳେ ଏହି ଦିବସକୁ ଆମେରିକାର ମୁକ୍ତି ଦିବସ ଭାବେ ମାନ୍ୟତା ଦିଆଯାଇଛି। କେଉଁ ରାଷ୍ଟ୍ର ଲାଗି କେତେକ ପ୍ରତିଶତ ଟାରିଫ ଲାଗିବ ତାହା ଟ୍ରମ୍ପ ଘୋଷଣା କରିବେ। ଆମେରିକୀୟ ଚାଉଳ ଉପରେ ଜାପାନର ୭୦୦ ପ୍ରତିଶତ ଟାରିଫ, ଆମେରିକୀୟ ଦୁଗ୍ଧଜାତ ସାମଗ୍ରୀ ଉପରେ ୟୁରୋପୀୟ ୟୁନିଅନର ୫୦ ପ୍ରତିଶତ ଟାରିଫ, ଆମେରିକୀୟ କୃଷିଭିତ୍ତିକ ସାମଗ୍ରୀ ଉପରେ ଭାରତର ୧୦୦ ପ୍ରତିଶତ ଟାରିଫ ଯୋଗୁ ଆମେରିକା ବିଶେଷ ଚିନ୍ତିତ ହୋଇଛି। ସେହିପରି ଆମେରିକୀୟ ଲହୁଣୀ ଓ ଘିଅ ଉପରେ କାନାଡାର ୩ ୦୦ ପ୍ରତିଶତ ଟାରିଫ ବି ଆମେରିକା ଲାଗି ଚିନ୍ତାର କାରଣ ହୋଇଛି। ସେପଟେ ଟାରିଫ ପ୍ରସଙ୍ଗ ନେଇ ଷ୍ଟକ ମାର୍କେଟ ଉପରେ ପଡ଼ିଛି ପ୍ରଭାବ। ସେନସେକ୍ସ ପ୍ରାୟ ୧ ହଜାର ପଏଣ୍ଟ ଖସିଥିବାବେଳେ ନିଫ୍ଟି ୨୨୫ ପଏଣ୍ଟ ହ୍ରାସ ପାଇଛି। ସବୁଠାରୁ ଅଧିକ କ୍ଷତି ସହିଛନ୍ତି ଆଇଟି ସେକ୍ଟର।

Latest Posts

Don't Miss