spot_img

Latest Posts

ମୁଖ୍ୟମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତକୁ ବିରୋଧ: କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଖୋର୍ଦ୍ଧା ଗସ୍ତକୁ ବିରୋଧ । କଳାପତାକା ପ୍ରଦର୍ଶନ ପାଇଁ ପ୍ରସ୍ତୁତି ସମୟରେ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ । କଂଗ୍ରେସ ନେତ୍ରୀ ସୋନାଲି ସାହୁଙ୍କ ସହ ଅନ୍ୟ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ଶିଳ୍ପାଞ୍ଚଳ ଥାନାରେ ଅଟକ ରଖିଛି । ଆଜି ଖୋର୍ଦ୍ଧା ହଳଦୀପଦା ଓ ମୁଣ୍ଡାମ୍ବ କାଳିବେତିଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ତେବେ କଂଗ୍ରେସ କର୍ମୀ ଆଇନଶୃଙ୍ଖଳା ପରିସ୍ଥିତି ଭିଆଇବା ସୂଚନା ପାଇ ପୋଲିସ କଂଗ୍ରେସ କଂଗ୍ରେସ ମୁଖପାତ୍ର ତଥା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ସୋନାଲି ସାହୁଙ୍କ ସମେତ ୫ଜଣ ସହଯୋଗୀଙ୍କୁ ଜଟଣୀ ବାଇପାସ ବାସଭବନରୁ ଶିଳ୍ପାଂଚଳ ପୋଲିସ ଉଠାଇ ନେଇଛି।

ସୋନାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଘର ସମ୍ମୁଖରେ କଳାପତାକା ଦେଖାଇ ସଭାସ୍ଥଳକୁ ବାହାରୁ ଥିବା ବେଳେ ପୋଲିସ ପହଞ୍ଚି ତାଙ୍କୁ ଉଠାଇ ନେଇଥିଲା। ସେହିପରି ଛାତ୍ର ନେତା ସୌମ୍ଯରଂଜନ ବରାଳ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଗଡ଼ଖୋର୍ଦ୍ଧା ତରାବୋଇ ରାସ୍ତାରୁ ଶିଳ୍ପାଂଚଳ ପୋଲିସ ଉଠାଇ ନେଇଥିଲା । ସୌମ୍ୟ ବାଇକରେ ଖୋର୍ଦ୍ଧା ହଳଦୀପଦା ଆଡକୁ ଯାଉଥିବା ଖବରପାଇ ପୋଲିସ ଟିମ ବରୁଣେଇ ରାସ୍ତାରେ ଜଗି ରହିଥିଲେ । ସେ ସେଠାରେ କଳାପତାକା ଦେଖାଇ ଥିଲେ। ସେହିପରି ବରିଷ୍ଠ କଂଗ୍ରେସ ନେତା ବିଶ୍ବଭୂଷଣ ଛୋଟରାୟଙ୍କୁ ଜଙ୍କିଆ ପୋଲିସ ଉଠାଇ ନେଇଛି।

Latest Posts

Don't Miss