spot_img

Latest Posts

ନୂଆ ଶିକ୍ଷାବର୍ଷରେ ନାମ ଲେଖାଇ ନଥିବା ପିଲାଙ୍କ ରିପୋର୍ଟ ମାଗିଲା ଓସେପା

ଭୁବନେଶ୍ବର: ଏପ୍ରିଲ୍ ୧ରୁ ଆରମ୍ଭ ହୋଇଛି ନୂଆ ଶିକ୍ଷାବର୍ଷ। ନୂତନ ଶିକ୍ଷା ବର୍ଷରେ ୬ରୁ ୧୪ ବର୍ଷ ବୟସର କେଉଁ ପିଲାମାନେ ନାମ ଲେଖାଇ ନାହାନ୍ତି, କେଉଁମାନେ ଅଧାରୁ ପାଠ ପଢ଼ା ଛାଡ଼ି ଡ୍ରପ୍ ଆଉଟ୍ ହୋଇଛନ୍ତି ତାର ରିପୋର୍ଟ ଦେବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରିକାଳୀନ ଭାବେ କେନ୍ଦ୍ର ସରକାରଙ୍କ ପ୍ରବନ୍ଧ ପୋର୍ଟାଲ୍‌ରେ ଏହାର ତଥ୍ୟକୁ ଦାଖଲ କରିବାକୁ କୁହାଯାଇଛି। ନୂଆ ଶିକ୍ଷାବର୍ଷ ଆରମ୍ଭ ସ‌ହିତ ୨ ତାରିଖରୁ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଓ ଉତ୍ସବ କରାଯାଇଛି। ନୂଆ କରି ସ୍କୁଲରେ ପିଲାଙ୍କ ନାମଲେଖା ଯାଇଛି। ଶିକ୍ଷା ଅଧିକାର ଆଇନ ୨୦୦୯ ଓ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ୫ ବର୍ଷରୁ ୬ ବର୍ଷ ପିଲାଙ୍କୁ ଶିଶୁ ବାଟିକା, ୬ ବର୍ଷରୁ ଅଧିକ ବର୍ଷର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖାଇବାର ନିୟମ ରହିଛି।

ଜାତୀୟ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ରହିଛି, ସମସ୍ତ ଶିଶୁଙ୍କୁ ଶିକ୍ଷାଦାନ। ତେବେ କେଉଁ ଶିଶୁମାନେ ନାମଲେଖାଇବାରୁ ବାଦ୍ ପଡ଼ି ଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ। ଓସେପା ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ସରକାର ଡ୍ରପ୍‌ଆଉଟ୍ ପରିଚାଳନା  ପାଇଁ ପ୍ରବନ୍ଧ ପୋର୍ଟାଲ୍‌ରେ ସ୍କୁଲ ଶିକ୍ଷାରୁ ଦୂରରେ ଥିବା ପିଲାଙ୍କୁ ଚିହ୍ନଟ କରି ରିପୋର୍ଟ ଦାଖଲ କରାଯିବ। ଯଦି ଆବଶ୍ୟକ ପଡ଼େ ସ୍କୁଲ ଶିକ୍ଷାରୁ ୩/୬/୧୨ ମାସ ଧରି ଦୂରରେ ଥିବା ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସ୍ବତନ୍ତ୍ର ତାଲିମ ପ୍ରଦାନ କରିବାକୁ କୁହାଯାଇଛି ।

Latest Posts

Don't Miss