spot_img

Latest Posts

ବର୍ଷା, ଭୂସ୍ଖଳନ ଯୋଗୁ ଜାମ୍ମୁ ଓ କାଶ୍ମୀରରେ ପ୍ରବଳ କ୍ଷତି

ନନ୍ଦିଘୋଷ ବ୍ୟୁରୋ: ବର୍ଷା, ଭୂସ୍ଖଳନ ଯୋଗୁ ଜାମ୍ମୁ ଓ କାଶ୍ମୀରରେ ନାହିଁ ନଥିବା କ୍ଷତି। ଗାଁଠୁ ସହର, ସଡକରୁ ପାହାଡ ସବୁଠାରେ କ୍ଷତି ଘଟାଇଛି ପ୍ରକୃତିର ତାଣ୍ଡବ। ବର୍ଷା ଲାଗି ରହିବା ଯୋଗୁ ରିଆସିସ୍ଥିତ ସଲାଲ ଡ୍ୟାମର ଗେଟ ଖୋଲାଯାଇଛି। ଗେଟ ଖୋଲାଯିବା ଯୋଗୁ ତଳିଆ ଅଞ୍ଚଳରେ ସତର୍କତା ଜାରି କରାଯାଇଛି। ଲୋକଙ୍କ ନିରାପତ୍ତା ଲାଗି ଜାମ୍ମୁ ଓ କାଶ୍ମୀର ପ୍ରଶାସନ ପକ୍ଷରୁ ବ୍ୟାପକ ଗୁରୁତ୍ବ ଦିଆଯାଇଛି। ଏବେବି ଅନେକ ସ୍ଥାନ ଜଳବନ୍ଦୀ ରହିଛି। ଆଜି କ୍ଷତିଗ୍ରସ୍ତପ୍ରବଣ ଅଞ୍ଚଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ବିଭିନ୍ନ ସ୍ଥାନରେ ହଜାର ହଜାର କ୍ଷତିଗ୍ରସ୍ତ ଲୋକେ ନିଜ ନିଜ ଦାବି ଉପସ୍ଥାପନ କରିଛନ୍ତି। ବର୍ଷା, ବାଦଲଫଟା ବର୍ଷା, ଭୂସ୍ଖଳନ ନେଇ ଜାମ୍ମୁ, ପୁଞ୍ଚ, କାଠୁଆ, ମୁଜାଫରବାଦ ଓ ମିରପୁର ଲାଗି ୟେଲୋ ଆଲର୍ଟ ଜାରି କରାଯାଇଛି। କେବଳ ରାମବନରେ ପ୍ରାୟ ୨୫୦ ଘର ନଷ୍ଟ ହୋଇଥିବା ସୂଚନା ମିଳିଛି ।

Latest Posts

Don't Miss