spot_img

Latest Posts

ଷ୍ଟାଫ୍ ସିଲେକ୍ସନ ପରୀକ୍ଷାରେ ତ୍ରୁଟି: ପାଠ୍ୟକ୍ରମ ବାହାରୁ ଆସିଥିଲା ପ୍ରଶ୍ନ, ତ୍ରୁଟି ନେଇ OSSC ଅଧ୍ୟକ୍ଷଙ୍କ ସୂଚନା

ଭୁବନେଶ୍ବର: ଷ୍ଟାଫ୍ ସିଲେକସନ ପରୀକ୍ଷାରେ ତ୍ରୁଟି। ଆଜି ଅନୁଷ୍ଠିତ ପରୀକ୍ଷାର ପ୍ରଶ୍ନପତ୍ରରେ ରହିଥିଲା ତ୍ରୁଟି। ଏପରିକି ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଥିଲା ବୋଲି ସୂଚନା ଦିଆଯାଇଛି। ତ୍ରୁଟି ନେଇ ସୂଚନା ଦେଇଛନ୍ତି OSSC ଅଧ୍ୟକ୍ଷ ଅଭୟ। ଏହା ସହ ଏହି ତ୍ରୁଟିକୁ ମାନିଛି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ। ନିଯୁକ୍ତି ସଂକ୍ରାନ୍ତ ବିଭିନ୍ନ ପଦବୀ ପାଇଁ ହୋଇଥିଲା ପରୀକ୍ଷା। ସେପଟେ OSSC ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଆଉଥରେ ପରୀକ୍ଷା କରିବାକୁ କୁହାଯାଇଛି। ଏହାର ବିକଳ୍ପ ନେଇ ମେ ୪ ତାରିଖ ପୂର୍ବରୁ ପରୀକ୍ଷାର୍ଥୀମାନେ ସେମାନଙ୍କର ମତାମତ ଦେବାପାଇଁ ସୂଚନ ଦେଇଛନ୍ତି କର୍ତ୍ତୃପକ୍ଷ। ଇ-ମେଲ ଯୋଗେ ପରୀକ୍ଷାର୍ଥୀ ଓଡ଼ିଶା ଷ୍ଟାଫ୍ ସିଲେକସନ୍ ଅଫିସିଆଲ ୱେବସାଇଟ [email protected] ରେ ମତାମତ ଦେଇପାରିବେ।

Latest Posts

Don't Miss