spot_img

Latest Posts

ଦୀଘା ଜଗନ୍ନାଥ ମନ୍ଦିର ନାମକରଣକୁ ତୀବ୍ର ବିରୋଧ, ଜଗନ୍ନାଥ ଧାମ ନାମକରଣ ଏକ ଚକ୍ରାନ୍ତ କହିଲେ ସେବାୟତ

ନନ୍ଦିଘୋଷ ବ୍ୟୁରୋ : ଦୀଘାରେ ଗତକାଲି ପ୍ରତିଷ୍ଠା ପାଇଥିବା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦେଖାଦେଇଛି ବିବାଦ । ସେଠାରେ ଜଗନ୍ନାଥ ମନ୍ଦିର ହେବା ଖୁସିର କଥା। କିନ୍ତୁ ଜଗନ୍ନାଥଧାମ ନାମକରଣ କରିବାକୁ ସେବାୟତମାନେ ତୀବ୍ର ବିରୋଧ କରିଛନ୍ତି । ସେହିପରି ବ୍ରହ୍ମ ସ୍ଥାପନ କଥାକୁ ନେଇ ମଧ୍ୟ ପୁରୀ ସେବାୟତମାନେ ତୀବ୍ର ବିରୋଧ କରିଛନ୍ତି। ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ। ଏଠାରେ ହିଁ ଦାରୁ ବ୍ରହ୍ମ ପୂଜା ପାଉଛନ୍ତି। କିନ୍ତୁ ଜଗନ୍ନାଥଧାମ ଓ ବ୍ରହ୍ମ ସ୍ଥାପନାକୁ ଅଗ୍ରହଣୀୟ ବୋଲି ସେବାୟତ ପ୍ରତିକ୍ରିୟା ରଖିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିର ଏକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ହୋଇପାରେ । କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥଧାମ କୁହାଯାଇପାରିବ ନାହିଁ । ଜଗନ୍ନାଥଧାମ ନାମକରଣ ଏକ ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି । ଏଥିସହ ପ୍ରସ୍ତର ମୂର୍ତ୍ତି ସ୍ଥାପିତ ହୋଇପାରିବ ନାହିଁ ବୋଲି ବରିଷ୍ଠ ସେବାୟତ କହିଛନ୍ତି । ପ୍ରତ୍ୟେକ ଓଡିଆଙ୍କ ସହ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ଗବେଷକ ଏଥିରେ ହସ୍ତକ୍ଷେପ କରିବାକୁ ସେବାୟତ ଦୃଢ଼ ଦାବି କରିଛନ୍ତି। ସେହିପରି ପୁରୀର କିଛି ଦଇତାପତି ସେବାୟତ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ଏହି ବିବାଦକୁ ବଢ଼ାଇଛି ।

Latest Posts

Don't Miss