spot_img

Latest Posts

ଆନ୍ତର୍ଜାତିକ ଚାପ ସତ୍ତ୍ବେ ଥମୁନି ପାକିସ୍ତାନ, ବାରମ୍ବାର କରୁଛି ଅସ୍ତ୍ରବିରତି ଉଲଙ୍ଘନ

ନନ୍ଦିଘୋଷ ବ୍ୟୁରୋ: ଆନ୍ତର୍ଜାତିକ ଚାପ ସତ୍ତ୍ବେ ଥମୁନି ପାକିସ୍ତାନ। ବାରମ୍ବାର ଅସ୍ତ୍ରବିରତି କରୁଛି ଉଲ୍ଲଂଘନ। ପହଲଗାଓଁ ହମଲା ପରଠାରୁ ସୀମାରେ ପାକିସ୍ତାନ ଚଳାଇଛି ଦାଦାଗିରି। ଯଦିଓ ପାକ୍ ବାହିନୀକୁ ଭାରତୀୟ ସେନା ଜୋରଦାର ଟକ୍କର ଦେଉଛନ୍ତି ତଥାପି ଆତଙ୍କବାଦୀଙ୍କୁ ଧରିବା ବଦଳରେ ଭାରତୀୟ ଯବାନଙ୍କୁ ଟାଗେଟ କରୁଛି ପାକିସ୍ତାନ। ପାକ୍ ବାହିନୀଙ୍କୁ ଉପଯୁକ୍ତ ଜବାବ ଦେବାକୁ ଭାରତ ଚଳାଇଛି ରଣନୀତି। ବାୟୁ ସେନାକୁ ରଖାଯାଇଛି ପ୍ରସ୍ତୁତ। ଏୟାର ସୋ ଜରି ଦେଶ ଦେଖାଇଛି ଦମ। ତେଣେ ଦୁଇ ମାସର ରାସନ ଓ ଔଷଧ ଜମା କରି ରଖିବା ଲାଗି ପାକ୍ ଅଧିକୃତ କାଶ୍ମୀର ବାସିନ୍ଦାଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ। ଅନ୍ୟପଟେ ପଦାରେ ପଡୁଛି ଭାରତ ବିରୋଧରେ ବାଂଲାଦେଶର ଷଡ଼ଯନ୍ତ୍ର। ବାଂଲାଦେଶର ଅବସରପ୍ରାପ୍ତ ମେଜର ଜେନେରାଲ ଏଏଲଏମ ଫଜଲୁର ରହମାନଙ୍କ ବୟାନ ଚର୍ଚ୍ଚା ସୃଷ୍ଟି କରିଛି। ମୁଖ୍ଯ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଘନିଷ୍ଠ ଥିବା ରହମାନ କହିଛନ୍ତି ଯଦି ଭାରତ ପାକିସ୍ତାନ ଆକ୍ରମଣ କରେ ତେବେ ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଅଧିକାର କରୁ ବାଂଲାଦେଶ। ପହଲଗାଓଁ ଆକ୍ରମଣ ପ୍ରସଙ୍ଗରେ ସରକାରଙ୍କ ନୀତି ସ୍ପଷ୍ଟ ନାହିଁ ବୋଲି ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ଖଡଗେ କରିଛନ୍ତି ସମାଲୋଚନା । ଘଟଣାରେ ସାରା ଦେଶ ଜବାବକୁ ଅପେକ୍ଷା କରି ରହିଥିବାବେଳେ ସରକାରଙ୍କ ନୀରବତା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଆଜି ବି ପହଲଗାଓଁରେ ତଦନ୍ତ କରିବ ଏନଆଇଏ। ଦିନକୁ ଦିନ ପଦାକୁ ଆସୁଛି ଅନେକ ଚାଞ୍ଚଲ୍ଯକର ତଥ୍ୟ।

Latest Posts

Don't Miss