spot_img

Latest Posts

ରାଜ୍ୟସଭାରେ ଦାବି ଦୋହରାଇଲେ ସସ୍ମିତ ପାତ୍ର, ହେଉ ଜାତି ଭିତ୍ତିକ ଗଣନା

ନୂଆଦିଲ୍ଲୀ: ୨୦୨୧ ଜନଗଣନା ସମୟରେ ଓଡିଶାରେ ସାମାଜିକ, ଆର୍ଥିକ ତଥା ଅନ୍ୟ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର । ଏହି ପ୍ରସଙ୍ଗକୁ ସେ ରାଜ୍ୟସଭାରେ ଉପସ୍ଥାପନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିବାକୁ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖିଛନ୍ତି ।

୧୯୩୧ରୁ ଦେଶରେ ଜନଗଣନା ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟରେ ସାମାଜିକ, ଆର୍ଥିକ ତଥା ଅନ୍ୟ ପଛୁଆ ବର୍ଗଙ୍କ ପ୍ରକୃତ ସଂଖ୍ୟା କିମ୍ବା ତଥ୍ୟ ପ୍ରସ୍ତୁତ ହୋଇପାରିନାହିଁ । ଫଳରେ ସେମାନଙ୍କ ବିକାଶ ପାଇଁ ନିର୍ଦ୍ଧିଷ୍ଟ ଯୋଜନା ପ୍ରଣୟନ କରିବା ଦିଗରେ ଅନେକ ଅସୁବିଧା ହେଉଛି । ତେଣୁ ଆଗାମୀ ଜନଗଣନା ସମୟରେ ଏହାକୁ ସାମିଲ କରିବାକୁ ଓଡିଶା କ୍ୟାବିନେଟରେ ପ୍ରସ୍ତାବ ଗୃହୀତ ହୋଇଛି ଏବଂ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ ମଧ୍ୟ କରାଯାଇଛି । ଜନଗଣନା ସମୟରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ମଧ୍ୟ ସସ୍ମିତ ପାତ୍ର କହିଛନ୍ତି ।

Latest Posts

Don't Miss