ଭାରତର ସୀମାନ୍ତବର୍ତ୍ତୀ ଗାଁ ଓ ଗୁରୁଦ୍ବାର ଉପରେ ପାକିସ୍ତାନର ଟାର୍ଗେଟ: ୧୫ ଜଣ ନିରୀହ ଲୋକଙ୍କ ପ୍ରାଣହାନୀ

ଅପରେସନ୍ ସିନ୍ଦୂରରେ ଧ୍ବଂସ ହେଲା ପାକିସ୍ତାନରେ ଥିବା ଆତଙ୍କୀଙ୍କ ଆଡ୍ଡା । ପ୍ରତି ଜବାବରେ ଭାରତର ସୀମାନ୍ତବର୍ତ୍ତୀ ଗାଁ ଓ ଗୁରୁଦ୍ବାରାକୁ ଟାର୍ଗେଟ କରିଛି ପାକିସ୍ତାନ । ଜାମୁ କାଶ୍ମୀରର ପୁଞ୍ଚ ଓ ରାଜୌରୀ ଜିଲ୍ଲାରେ ପାକ ସେନା ପ୍ରବଳ ଗୁଳିଗୋଳା ବର୍ଷଣ କରିଛନ୍ତି । ପାକ ସେନାଙ୍କ ଗୁଳିମାଡ଼ରେ ପୁଞ୍ଚର ଗୁରୁଦ୍ବାରା ଶ୍ରୀ ଗୁରୁସିଂ ସଭାର କିଛି ଅଂଶ କ୍ଷତି ହେବା ସହ ଗୋଟିଏ କବାଟ ନଷ୍ଟ ହୋଇଛି। ଏହା ସହିତ ୧୫ ଜଣ ନିରୀହ ଲୋକଙ୍କ ପ୍ରାଣହାନୀ ଘଟିଛି । ଆଉ କେତେ ଭାରତୀୟ ନାଗରିକ ମଧ୍ୟ ଆହତ ହୋଇଛନ୍ତି ।