ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନକୁ ଭାରତର ଆଉ ଏକ ବଡ଼ ଝଟକା । ଜାତୀୟ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ । ପାକିସ୍ତାନୀ ୱେବ ସିରିଜ, ଫିଲ୍ମ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ । ଗୀତ ଓ ପୋଡକାଷ୍ଟ ଉପରେ ନିଷେଧାଦେଶ ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ଏବଂ ଭାରତ ଦ୍ୱାରା କରାଯାଉଥିବା ଅପରେସନ ସିନ୍ଦୂର ମଧ୍ୟରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।