BCCIର ବଡ଼ ଘୋଷଣା : ଭାରତ –ପାକିସ୍ତାନରେ ଉତ୍ତେଜନା ଯୋଗୁଁ ସ୍ଥଗିତ ରହିଲା IPL 2025
1 min read
ନନ୍ଦିଘୋଷ ବ୍ୟୁରୋ : ସ୍ଥିତ ରହିଲା IPL 2025 ମହାସମର । ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲର ଚଳିତ ସିଜିନକୁ ମଝିରୁ ସ୍ଥଗିତ ଘୋଷଣା କଲା ବିସିସିଆଇ। ଶୁକ୍ରବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ର ବୈଠକ ପରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କୌଣସି ମ୍ୟାଚ୍ ହେବ ନାହିଁ । ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ଏବଂ ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ବିସିସିଆଇ । ଏବେ ବିସିସିଆଇର ପ୍ରଥମ ପ୍ରାଥମିକତା ହେଉଛି ବିଦେଶୀ ଖେଳାଳିମାନଙ୍କୁ ସୁରକ୍ଷିତ ଘରକୁ ପଠାଇବା , ସୁରକ୍ଷା ଦୃଷ୍ଟିରୁ ଏପରି କ୍ୟାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଖୁବ୍ ଶୀଘ୍ର ବିସିସିଆଇ ନୂତନ ତାରିଖ ଘୋଷଣା କରିବ ।