ଅସ୍ତ୍ରବିରତି ପାଇଁ ଆମେରିକା ପାଖରେ କାନ୍ଦି କାନ୍ଦି ପାକିସ୍ତାନ ଏଇ ଅଧିକାରୀ କହିଲେ, ବର୍ବାଦ ହୋଇଯିବୁ ଆମକୁ ବଞ୍ଚାଅ

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ । ଆଜି ଅପରାହ୍ନ ୫ଟାରୁ ଲାଗୁ ହୋଇଛି ଅସ୍ତ୍ରବିରତି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହାକୁ ଲାଗୁ କରାଯାଇଛି । ଖବର ଅନୁସାରେ ଏହି ଅସ୍ତ୍ରବିରତି ଆମେରିକା ପାଖରେ ଜଣେ ପାକିସ୍ତାନୀ ଅଧିକାରୀ କାନ୍ଦି ଥିଲେ । ଏପରିକି, ଆମକୁ ବଞ୍ଚାଇ ଦିଅ, ନହେଲେ ଭାରତ ଆମକୁ ଶେଷ କରି ଦେବ ବୋଲି କହିଥିଲେ । ସୂଚନା ଅନୁସାରେ ଆମେରିକାକୁ ଫୋନ ଲଗାଇ ଥିବା ଏହି ପାକିସ୍ତାନୀ ଜଣଙ୍କ ହେଲେ ଡିଜିଏମଓ । ଏହି ଫୋନ କଲ୍ ପରେ ଅସ୍ତ୍ରବିରତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆମେରିକାର ଅଧିକାରୀମାନେ ଶୁକ୍ରବାର ପୂରା ରାତି ଏହି ପ୍ରକ୍ରିୟାରେ ଲାଗିଥିଲେ । ଶେଷରେ ଭାରତ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା ।

ତେବେ ପ୍ରଶ୍ନ ଉଠୁଛି ଡିଜିଏମଓ ପଦ କ’ଣ ? ଏଥିରେ ବସିଥିବା ଅଧିକାରୀ ଜଣଙ୍କ କ’ଣ କରିଥାନ୍ତି । ସୈନ୍ୟ ସଞ୍ଚାଳନ ମହାନିର୍ଦ୍ଦେଶକ ପଦ ସେନାରେ ଏକ ବରିଷ୍ଠ ନେତୃତ୍ବ ବାଲା ପଦ । ଏମାନେ ସୈନ୍ୟ ଅଭିଯାନର ଦେଖାରଖା ଓ ସମନ୍ବୟ ରକ୍ଷା କରିଥାନ୍ତି । ପାକିସ୍ତାନରେ ଡିଜିଏମଓଙ୍କ କାମ ହେଲା ରଣନୀତି ପ୍ରସ୍ତୁତ କରିବା ଓ ଏହାର ରିପୋର୍ଟ ସେନା ମୁଖ୍ୟଙ୍କୁ ଦେବାକ । ଡିଜିଏମଓ ପରଦା ପଛରେ ରହି କାମ କରିଥାଏ ଓ ପାକିସ୍ତାନର ରହସ୍ୟ ଯେମିତି ପ୍ରଘଟ ନହୁଏ ତାହା ଉପରେ ନଜର ରଖିଥାନ୍ତି ।

ଭାରତର ଆକ୍ରମଣରେ ଡରି ଗଲା ପାକିସ୍ତାନ

ତିନିଦିନ ହେଲା ପାକିସ୍ତାନର ଡ୍ରୋନ ଆକ୍ରମଣ ଉଦ୍ୟମକୁ ଭାରତ ଭଣ୍ଡୁର କରିଥିଲେ ବି, କିଛି ବଡ଼ ଆକ୍ସନ ନେଇ ନଥିଲା । ହେଲେ ଶୁକ୍ରବାର ରାତିରେ ପାକିସ୍ତାନ ଭାରତର ବିଶ୍ବରୂପ ଦେଖିଥିଲା । ଭାରତର ଆକ୍ରମଣରେ ପାକିସ୍ତାନର ୫ଟି ମିଲିଟାରୀ ଓ ୨ଟି  ରାଡର ବେସ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା । ଏହି ୭ଟି ବେସ୍ ମଧ୍ୟରୁ ୫ଟି ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ରହିଛି । ଭାରତ ଏମିତି ବି ଆକ୍ରମଣ କରିବ, ତାହା ପାକିସ୍ତାନ କେବ ଭାବି ନଥିଲା । ଆଉ ଯେତେବେଳେ ଭାରତ ତା’ର ଅସଲ ରୂପ ଦେଖାଇଲା ପାକିସ୍ତାନ ସରକାର ଓ ସେନା ମଧ୍ୟରେ ଡର ବସି ଯାଇଥିଲା । ଆଉ ଏହି ଡର ଏତେ ଥିଲା ଯେ, ପାକିସ୍ତାନ ଅସ୍ତ୍ରବିରତି ପାଇଁ ସିଧା ଆମେରିକାକୁ ଫୋନ ଲଗାଇ ଦେଇଥିଲା ।

ତେବେ ପାକିସ୍ତାନର ଦୁଇ ଜଣ ମନ୍ତ୍ରୀ ଅସ୍ତ୍ରବିରତି ନେଇ ସଙ୍କେତ ଦେଉଥିଲେ । ରକ୍ଷାମନ୍ତ୍ରୀ ଖ୍ବାଜା ଆସିଫ, ସାମ୍ବାଦିକଙ୍କ ସହ କଥା ହେବା ବେଳେ କହିଥିଲେ, ଭାରତ ଆକ୍ରମଣ ବନ୍ଦ କରିଦେଲେ ଆମେ ଅସ୍ତ୍ରବିରତି ଉଲ୍ଲଂଘନ କରିବୁ ନାହିଁ । ସେହିପରି ବିଦେଶ ମନ୍ତ୍ରୀ ଇଶାକ ଡାର ମଧ୍ୟ ଏମିତି କିଛି ସଙ୍କେତ ଦେଇଥିଲେ । ସେ ଆଜି ସକାଳେ କହିଥିଲେ, ଭାରତ ପଟୁ କିଛି ନହେଲେ ଆମେ ଯୁଦ୍ଧ ବନ୍ଦ କରିଦେବୁ ।