spot_img

Latest Posts

ଭାରତ-ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗ : ଆଜି DGMOସ୍ତରୀୟ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗ। ଆଜି ଦୁଇ ଦେଶର ମିଲିଟାରୀ ଅପରେସନ୍ସ ମହାନିର୍ଦ୍ଦେଶକ ସ୍ତରୀୟ ବା DGMOସ୍ତରୀୟ ଆଲୋଚନା। ଗତ ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବା ପରେ ସେହି ଦିନ ସନ୍ଧ୍ୟା ୫ଟାରୁ ଏହା କାର୍ଯ୍ୟକାରୀ ହୋଇଥିଲା। ଏହି କଥାବାର୍ତ୍ତା ନେଇ ଘୋଷଣା କରିଥିଲେ ବିଦେଶ ସଚିବ ବିକ୍ରମ ମିସ୍ରି। ଦୁଇ ଦେଶର ସାମରିକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା, ଆକ୍ରମଣ, ପ୍ରତିଆକ୍ରମଣ ଅଧିକ ହେବା ପରେ ବିଶେଷ କରି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ଏହା ପ୍ରଶମିତ ହୋଇଥିଲା। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ପ୍ରତିଶୋଧ ନେବା ଲାଗି ଭାରତ ଗତ ମେ ୭ରେ ଅପରସେନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନରେ ପାକିସ୍ତାନର ବହୁ ସାମରିକ ଘାଟି, ବିମାନବନ୍ଦର, ଆତଙ୍କୀ ଶିବିର ନଷ୍ଟ ହୋଇଥିଲା। ବହୁ କୁଖ୍ୟାତ ଆତଙ୍କୀ ବି ନିପାତ ହୋଇଥିଲେ। ପାକିସ୍ତାନ ପକ୍ଷରୁ କରାଯାଇଥିବା କୌଣସି ଆତଙ୍କୀ କାର୍ଯ୍ୟକଳାପକୁ ଏକ ପ୍ରକାର ଯୁଦ୍ଧ ବୋଲି ବିବେଚନା କରାଯିବ ଏବଂ ଏହାର ଉଚିତ ଜବାବ ଦିଆଯିବ ବୋଲି ଭାରତ ଘୋଷଣା କରିବା ପରେ ଅସ୍ତ୍ରବିରତି ଘଟିଥିଲା। ଭାରତର ହମଲାରେ ପାକିସ୍ତାନର ରାଡାର ସିଷ୍ଟମ, କମାଣ୍ଟ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ, ରଫିକ, ଚକଲାଲା, ରହିମିୟାର ଖାଁ, ସୁକୁର, ସିଆଲକୋଟ ଆଦି ସାମରିକ ଘାଟି ଧ୍ବଂସ ହୋଇଥିଲା।..

Latest Posts

Don't Miss