ଅସ୍ତ୍ରବିରତି ପରେ ସେୟାର ମାର୍କେଟରେ ଉତ୍ସାହ, ଗ୍ରୀନରୁ ଖୋଲିଲା ମାର୍କେଟ

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହେବା ପରେ ମାର୍କେଟରେ ଉତ୍ସାହ। ଆଜି ଗ୍ରୀନରୁ ମାର୍କେଟ ଖୋଲିଥିଲା। ସେନସେକ୍ସ ୨୨୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିବା ବେଳେ ନିଫଟି ୭୦୦ ପଏଣ୍ଟରୁ ଅଧିକ ବଢ଼ିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ହ୍ରାସ ପାଇବା ପରେ ମାର୍କେଟରେ ଏହି ଉତ୍ସାହ ଦେଖା ଦେଇଛି ଏବଂ କାରବାର ବଢ଼ିଛି। ସେନସେକ୍ସ ୮୧ ହଜାର ୭୦୦ ଟପିଥିବା ବେଳେ ନିଫଟି ମଧ୍ୟ ୨୪ ହଜାର ୭୦୦ ପଏଣ୍ଟ ପାର୍ କରିଛି। ମାର୍କେଟ ପାଇଁ ଆଉ ଏକ ଖୁସି ଖବର ହେଲା- ବାଣିଜ୍ୟ ନିଅଣ୍ଟ ହ୍ରାସ କରିବା ପାଇଁ ଆମେରିକା ଓ ଚୀନ ମଧ୍ୟରେ ହୋଇଛି ଏକ ଡିଲ୍। ଦୁଇ ଦେଶର ଆଲୋଚନା ପରେ ଏହି ଚୁକ୍ତି ହୋଇଛି। ଏହା ପରେ ଆମେରିକା ଓ ଚୀନ ମଧ୍ୟରେ ଯେଉଁ ଟାରିଫ୍ ୱାର୍ ଚାଲିଥିଲା, ତାହା ବନ୍ଦ ହେବାର ଆଶା କରାଯାଉଛି। ଏହି କାରଣରୁ ମଧ୍ୟ ମାର୍କେଟ ଆଶ୍ଵସ୍ତ ହୋଇଛି ଏବଂ କାରବାର ବଢ଼ିଛି। କେବଳ ଭାରତ ନୁହେଁ, ହଂକଂ, ସାଙ୍ଘାଇ, ସିଡନି, ସିଓଲ୍‌ ତାଇପେଇ ଏବଂ ୱେଲିଂଟନରେ ମାର୍କେଟ ବଢ଼ିଛି। ତେବେ ଏହି ଉତ୍ସାହ ଜାପାନର ଟୋକିଓରେ ଦେଖା ଦେଇ ନାହିଁ।