ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା

ନନ୍ଦିଘୋଷ ବ୍ୟୁରୋ: ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା। ଗତ କାଲି ବିଳମ୍ବିତ ରାତିରେ ଏଟିଏମ ଭାଙ୍ଗି ଲୁଟ। ବନ୍ଦ ଥିବା ଏଟିଏମ ର ତାଲା ଗ୍ୟାସ କଟର ମାଧ୍ୟମରେ କାଟି ସିସିଟିଭି ଅଚଳ କରିବା ପରେ ଏଟିଏମ ଭାଙ୍ଗି ଲୁଟ କରିଛନ୍ତି ଲୁଟେରା । ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧିନସ୍ଥ ପଦ୍ମପୁର ଛକରେ ଥିବା ଏସ.ବି.ଆଇ ଏଟି.ଏମ୍ ଭାଙ୍ଗି ଲୁଟ । ତେବେ ଏଟିଏମ ର କେତେ ଟଙ୍କା ଥିଲା ତାହା ଜଣା ପଡିନଥିବା ବେଳେ ଲୋକେ ପୋଲିସ କୁ ଖବର ଦେବାପରେ ସଦର ଥାନା ଆଇଆଇସି ସାଇଣ୍ଟିଫିକ ଟିମ ର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି।