ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସିବିଏସଇ ମାଟ୍ରିକ ଓ ଦ୍ବାଦଶ ପରୀକ୍ଷାରେ ଭଲ ପ୍ରଦର୍ଶନ

ଭୁବନେଶ୍ବର: ନବୀନଙ୍କ ହାତ ତିଆରି ଅନୁଷ୍ଠାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ମାଟ୍ରିକ ଓ ଦ୍ବାଦଶ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛି ।  ଦଶମ ଶ୍ରେଣୀରେ ପାସ ହାର ୯୧.୮ପ୍ରତିଶତକୁ ବୃଦ୍ଧି ପାଇଛି । ୧୦୬୨ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀରେ ବିଜ୍ଞାନରେ ୭୨.୦୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ବାଣିଜ୍ୟରେ ପାସ ହାର ୭୭.୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପଟେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନାର ଭୂୟସୀ ପ୍ରଶଂସା କରିଛନ୍ତି ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ଯୋଜନା ବୋଲି ସେ କହିବା ସହ ପ୍ରତି ବ୍ଲକରେ ଏହା କରାଯାଉଛି । ଓଏଭିରେ ଭଲ ପାଠ ପଢ଼ାଯାଉଛି । ଗାଁ ଗହଳିରେ ଯେଉଁ ପିଲା ଓ ଅଭିଭାବକ ଭଲ ପଢ଼ାର ସୁଯୋଗ ପାଇଛନ୍ତି ସେମାନେ ଭଲ ଫଳାଫଳ କରିଛନ୍ତି । ଯାହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶା ଥିଲା, ତାହା ଆଜି ପୂରଣ ହୋଇଛି ବୋଲି ପ୍ରମିଳା କହିଛନ୍ତି ।