ଭାରତର ସହାୟତା ଭୁଲିବା ତୁର୍କୀକୁ ପଡିବ ମହଙ୍ଗା; ବ୍ୟବସାୟିକ ସମ୍ପର୍କରେ ପଡିବ ପୂର୍ଣ୍ଣଛେଦ

ନନ୍ଦିଘୋଷ ବ୍ୟୁରୋ : ଭାରତର ସହାୟତା ଭୁଲିବା ତୁର୍କୀକୁ ପଡିବ ମହଙ୍ଗା । ବ୍ୟବସାୟୀକ ସମ୍ପର୍କରେ ପଡିବ ପୂର୍ଣ୍ଣଛେଦ । ପ୍ରଥମ ପର୍ଯ୍ୟାୟରେ ଭାରତର ନଅଟି ପ୍ରମୁଖ ବିମାନବନ୍ଦରରେ ସେବାର ସିଂହଭାଗ ପରିଚାଳନା କରୁଥିବା ତୁର୍କୀ ସଂସ୍ଥା ସେଲେବି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଠାରୁ ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କରାଯାଇଛି । “ଜାତୀୟ ସୁରକ୍ଷା ସ୍ୱାର୍ଥ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଦିଲ୍ଲୀ ବିମାନବନ୍ଦର ମଧ୍ୟ ସେଲେବି ସହିତ ସମ୍ପର୍କ ଛିନ୍ନ କରିଛି । ଏହି ସଂସ୍ଥା ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କାର୍ଗୋ ସେବା ତଦାରଖ କରେ ।
ଭାରତ ପାକିସ୍ତାନ ତିକ୍ତତା ବେଳେ ଶତୃ ରାଷ୍ଟ୍ରକୁ ତୁର୍କୀ କରିଥିଲା ସହାୟତା । ବିଭିନ୍ନ ଅସ୍ତ୍ର ସସ୍ତ୍ର ପାକିସ୍ତାନକୁ ପଠାଇଥିଲା । ଭାରତର ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀ ଯୋଗାଇଥିଲା ୩୫୦ରୁ ଅଧିକ ଡ୍ରୋନ । ହେଲେ ଗତ ୨୦୨୩ ଫେବୃଆରୀ ୬ରେ ତୁର୍କୀ ଓ ସିରିଆରେ ହୋଇଥିଲା ଭୟଙ୍କର ଭୂକମ୍ପ ବେଳେ ତୁର୍କୀବାସୀଙ୍କୁ ସହାୟତା ହାତ ବଢାଇଥିଲା ଭାରତ । ଏହି ସହୟତାକୁ ଭୁଲି ଯାଇଛି ତୁର୍କୀ । ଏବେ ପାକିସ୍ତାନକୁ ସହାୟତା ଯୋଗାଇ ଚାଲିଛି । ଯାହାର ଜବାବ ଦେବାକୁ ଯାଇ ତୁର୍କୀକୁ ବର୍ଜନ କରିବା ଲାଗି ଆହ୍ବାନ ଦେଇଛନ୍ତି ଭାରତୀୟ ସେଲିବ୍ରିଟି, ସାମରିକ ଭେଟେରାନ, ଟ୍ରାଭେଲ ଫାର୍ମ, ଫିଲ୍ମ ସଂସ୍ଥା ଓ ବିଜନେସ ଫାର୍ମ।