ପୁଣି ଉପର ମୁହାଁ ସୁନା ଦର ; ୧୦ ଗ୍ରାମକୁ ୯୬ ହଜାର ୫୦୦ ଟଙ୍କା

ଭୁବନେଶ୍ବର: ପୁଣି ଉପର ମୁହାଁ ସୁନା ଦର । ଆଜି ୨୨ କ୍ୟାରେଟ ୧୦ ଗ୍ରାମ ଉପରେ ୩୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ଉପରେ ୭ଶହ ଟଙ୍କା ବୃଦ୍ଧି ପାଇଛି । ସୁନା ୧୦ ଗ୍ରାମକୁ ୮୭ ହଜାର ୫୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୯୬ ହଜାର ୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ସପ୍ତାହରେ ୨୨ କ୍ୟାରେଟ୍ ୮୭ ହଜାର ୨ଶହ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୯୫ ହଜାର ୮୦୦ ଟଙ୍କା ଥିଲା । ଆଗକୁ ଆହୁରି ବଢ଼ିବ ସୁନା ଦର ।

ଆମେରିକା ଷ୍ଟକ ମାର୍କେଟର ରେଟିଂ ହ୍ରାସ ଘଟିଛି । ଯାହା ପାଇଁ ସୁନାରେ ପୁଞ୍ଜି ନିବେଶ ପାଇଁ ବଢ଼ିଛି ଚାହିଦା । ଆଉ ଷ୍ଟକ ବଜାରକୁ ଭରସା କରିପାରୁନାହାନ୍ତି ନିବେଶକ । ଏପରି ହେଲେ ଚାହିଦା ହୁ ହୁ ବଢ଼ିବ । ଯାହାକୁ ନେଇ ଗ୍ରାହକ କେଉଁଠି ନା କେଉଁଠି ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ବାହାଘର ସିଜିନ୍ ଥିବା କାରଣରୁ ସୁନାର ଡିମାଣ୍ଡ ରହିଛି, ସେଥିପାଇଁ କିଛି ମାତ୍ର ବଢିଛି ସୁନା ଦର । ଆଗକୁ ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବ୍ୟବସାୟୀ  ।