spot_img

Latest Posts

ପିଲାଙ୍କ ମଧ୍ୟରେ ମଧୁମେହ ବଢାଇଛି ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢିଚାଲିଛି ମଧୁମେହ ଚିନ୍ତା।ଖାସ କରି ପିଲାମାନଙ୍କ ଭିତରେ ଏହାର ଲକ୍ଷଣ ଦେଖିବାକୁ ମିଳୁଛି। ସଚେତନତା ଅଭାବରୁ ପିଲାମାନେ ଜଙ୍କ ଫୁଡ୍ ଖାଇବା ସହ ଆଉ ଖେଳକୁଦ ପ୍ରତି ଧ୍ୟାନ ଦେଉ ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।ଏଣିକି ସ୍କୁଲସ୍ତରରୁ ପିଲାମାନଙ୍କୁ ସଚେତନ କରିବାକୁ ଯୋଜନା ପ୍ରସ୍ତୁତ କରିଛି ସିବିଏସଇ।ପିଲାଙ୍କ ମଧ୍ୟରେ ମଧୁମେହ ରୋକିବାକୁ ସିବିଏସଇ ପକ୍ଷରୁ ସ୍କୁଲରେ ଗଠନ ହେବ ସୁଗାର ବୋର୍ଡ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସିବିଏସଇ ପକ୍ଷରୁ ସମସ୍ତ ସ୍କୁଲକୁ ଚିଠି କରାଯାଇଛି।

ଜୀବନଶୈଳୀ ବଦଳିବା ସହ ରୋଗଗ୍ରସ୍ତ ହେଉଛନ୍ତି ଲୋକେ। ପୂର୍ବରୁ କାଁଭାଁ ପିଲାଙ୍କ ଭିତରେ ମଧୁମେହ ଦେଖାଯାଉଥିଲା। ଏବେ ପ୍ରାୟ ୬୦% ପିଲାଙ୍କ ଭିତରେ ଟାଇପ୍-୨ ମଧୁମେହର ଲକ୍ଷଣ ଉଦବେଗଜନକ ସ୍ଥିତି ସୃଷ୍ଟି କରିଛି। ଏଥିପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ପ୍ରତିଟି CBSE ପରିଚାଳିତ ସ୍କୁଲରେ ସୁଗାର ବୋର୍ଡ ଗଠନ ଲାଗି ନିର୍ଦ୍ଦେଶ ଦିଆଯାଇଛି।ଏହି ବୋର୍ଡ ପିଲାଙ୍କ ରକ୍ତ ଶର୍କରା ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବା ସହ ନିୟମିତ ଯାଞ୍ଚ କରିବ। ଅଧିକ ଶର୍କରାଯୁକ୍ତ ସ୍ନାକ୍ସ, ମୃଦୁ ପାନୀୟ, ପ୍ରକ୍ରିୟାକୃତ ଖାଦ୍ୟ,  ଫାଷ୍ଟଫୁଡ୍ ମାତ୍ରାଧିକ ଖାଇବା ଯୋଗୁ ମଧୁମେହ ହେଉଛି। ଶର୍କରା ଯୁକ୍ତ ଖାଦ୍ୟ ପିଲାଙ୍କ ମଧ୍ୟରେ ମେଦବହୁଳତା ଅନ୍ୟ ଏକ କାରଣ।ଦାନ୍ତ ସମସ୍ୟା, ଖାଦ୍ୟ ହଜମ ନହେବା ଭଳି ଲକ୍ଷଣ ଦେଖାଦେଉଛି। ସମସ୍ୟା ଲାଗି ରହିଲେ ଶିକ୍ଷାରେ ନୈରାଶ୍ୟଜନକ ପ୍ରଦର୍ଶନ  ହୋଇପାରେ। ସୁଗାର ବୋର୍ଡରେ ପିଲାଙ୍କୁ ଶର୍କରାଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ପାଇଁ ଶିକ୍ଷା ସହ ସଚେତନ କରାଯିବ। କେଉଁ ପ୍ରକାର ଖାଦ୍ୟ ପିଲାଙ୍କ ପାଇଁ ସ୍ବାସ୍ଥ୍ୟକର ଏହାକୁ ନେଇ ସଚେତନ କରାଯିବ। ସ୍କୁଲର ଶିକ୍ଷକ, ଅଭିଭାବକ ଓ ଡାକ୍ତରଙ୍କୁ ନେଇ ସ୍କୁଲରେ ସୁଗାର ବୋର୍ଡ ଗଠନ କରାଯିବ।

ଜଙ୍କ ଫୁଡ୍ ଖାଇବା ସହ ପିଲାମାନଙ୍କ ଭିତରେ ବ୍ୟାୟାମର ଅଭାବ ରହୁଛି। ଖୋଳକୁଦ ବଦଳରେ ମୋବାଇଲ ଫୋନ୍, କମ୍ପ୍ୟୁଟର ଓ ଟିଭି ଆଗରେ ଦିନ କାଟୁଛନ୍ତି। କୋଭିଡ ପରେ ସତେ ଯେପରି ଖେଳକୁଦ ଉଭାନ ହୋଇଯାଇଛି। ଟାଇପ୍ -୨ ମଧୁମେହ ଯୋଗୁ ଶରୀରରେ ଇନସୁଲିନ କମିଯାଇଥାଏ। ଇନସୁଲିନ୍ ଯୋଗୁ ଶରୀରରେ ଗ୍ଲୁକୋଜ ସୃଷ୍ଟି ହୋଇଥାଏ। ଯାହା ରକ୍ତସଂଚାଳନକୁ ନିୟନ୍ତ୍ରଣରେ ରଖେ। ଅଧିକ ଶୋଷ, ପରିସ୍ରା, ଓଜନ ହ୍ରାସ, ଦୃଷ୍ଟି ଶକ୍ତିରେ କ୍ଷୟ, ସଂକ୍ରମଣ ଟାଇପ- ୨ ମଧୁମେହର ଲକ୍ଷଣ। ଏପରି ସ୍ଥିତି ଉପୁଜିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ ।

Latest Posts

Don't Miss