ଆହୁରି ଶକ୍ତିଶାଳୀ ହେଲା ଋଷ, ପ୍ରଥମ ଥର ପାଇଁ AI ଟେକ୍ନୋଲୋଜିରେ ଉଡାଇଲା ସୁଖୋଇ

1 min read

ନନ୍ଦିଘୋଷ ବ୍ୟୁରୋ :  ଇତିହାସ ରଚିଲା ଋଷ । ପ୍ରଥମ ଥର ପାଇଁ AI ଟେକ୍ନୋଲୋଜି ମାଧ୍ୟମରେ ସୁଖୋଇ Su-57M ଯୁଦ୍ଧ ବିମାନ ଉଡ଼ାଇଛି । ଏହି ବିମାନଟି ମେ ୧୫ ତାରିଖରେ AI ସହିତ ପ୍ରଥମ ଉଡ଼ାଣ କରିଥିଲା। Su-57 କୁ ରୁଷିଆର ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ UAC ଏବଂ ସୁଖୋଇ ଡିଜାଇନ୍ ବ୍ୟୁରୋ ମିଳିତ ଭାବରେ ବିକଶିତ କରିଛନ୍ତି । ଏହା ଏକ ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ । ଯାହାକୁ ରୁଷ ଆକାଶ ପଥ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର କରିବ । ଆକାଶ, ସ୍ଥଳ, ଜଳ ପଥରେ ଆକ୍ରମଣ ପାଇଁ ଏହି ଏଆଇ ଯୁଦ୍ଧ ବିମାନ ଏକ ମାଇଲ୍ ଖୁଣ୍ଟ ପାଲଟିବ ବୋଲି କହିଛନ୍ତି ପରୀକ୍ଷଣ ପାଇଲଟ୍ ସେରଗେଇ ବୋଗଡାନ୍। ଦୂରଗାମୀ ରାଡାରରେ ସଜ୍ଜିତ, Su-57M ଏକ ଆଧୁନିକ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ମାନଦଣ୍ଡକୁ ଉଚ୍ଚତର କରିବାକୁ ଲକ୍ଷ୍ୟ ରଖିଛି। ଏହା ଋଷକୁ ଆହୁରି ଶକ୍ତିଶାଳୀ କରିବ ବୋଲି ମତ ପ୍ରକାଶ ପାଇଁଛି ।