ପୁଣି ରାଜଧାନୀରେ ମର୍ଡର, ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ମୃତଦେହ ଠାବ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ଉଦ୍ଧାର ହୋଇଛି ମୃତଦେହ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ମୃତ ଯୁବକଙ୍କ ନାଁ ସନାତନ ରାଉତ। ମୃତକଙ୍କ ଘର ଭୀମଟାଙ୍ଗୀ ସ୍ଥିତ ଖଣ୍ଡୁଆଳ ସାହିରେ । ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ସନାତନଙ୍କ ଭାଇ ରବୀନ୍ଦ୍ର ବେହେରା । ମୃତକଙ୍କ ବୟସ ୩୩ ବୟସ। ଲିଙ୍ଗରାଜ ଷ୍ଟେସନ ରୋଡ଼ ପାଖରେ ଛିଡା ହୋଇ ଶ୍ରମିକ ଭାବେ କାମ କରନ୍ତି ।
ଅନେକ ସମୟରେ ନିଶା ସେବନ କରି ଘରେ ଓ ବାହାରେ ମାରପିଟ କରନ୍ତି ବୋଲି ମୃତକଙ୍କ ସମ୍ପର୍କୀୟ କହିଛନ୍ତି । ସେପଟେ ଲିଙ୍ଗରାଜ ଷ୍ଟେସନ ରୋଡ଼ ନିକଟରେ ବାହାରୁ ଆସି ଲୋକେ ଶ୍ରମିକ ଭାବେ କାମ କରୁଥିବାରୁ ଷ୍ଟେସନ ନିକଟରେ ନିଶା କାରବାର ବଢୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ । ସିସିଟିଭିକୁ ଯାଞ୍ଚ କରାଯାଇଛି । ଲିଙ୍ଗରାଜ ଷ୍ଟେସନ ନିକଟ ଜନଗହଳି ପୂର୍ଣ୍ଣ ସ୍ଥାନରେ କିଭଳି ଅଭାବନୀୟ ଘଟଣା ଘଟିଲା ତାକୁ ନେଇ ଆରମ୍ଭ ହୋଇଛି ଛାନଭିନ ।