ସୁଧୁରିବନି ପାକିସ୍ତାନ; ପୁଣି ଧମକ ଦେଲେ ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

ନନ୍ଦିଘୋଷ ବ୍ୟୁରୋ: ସୁଧୁରିବନି ପାକିସ୍ତାନ। ପୁଣି ଧମକ ଦେଲେ ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବିପଦପୂର୍ଣ୍ଣ ମୋଡ଼ ନେଇପାରେ ବୋଲି କହିଛନ୍ତି ଶେହବାଜ। ପହଲଗାଓଁ ଘଟଣା ଦୁର୍ଭାଗ୍ୟଜନକ ଥିଲା। କିନ୍ତୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯେକୌଣସି ସମୟରେ ବହୁତ ବିପଜ୍ଜନକ ମୋଡ଼ ନେଇପାରେ। ଶେହବାଜ ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦରେ ଏକ କାର୍ଯ୍ୟକ୍ରମରେ ଏଭଳି ଧମକ ଦେଇଛନ୍ତି।
ଶେହବାଜ ଦାବି କରିଥିଲେ ଯେ ପାକିସ୍ତାନ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା। ପାକିସ୍ତାନ ପହଲଗାମ ଘଟଣାର ଅନ୍ତର୍ଜାତୀୟ ତଦନ୍ତ ପାଇଁ ପ୍ରସ୍ତୁତ ଥିଲା। କିନ୍ତୁ ଏଥିରେ ରାଜି ହେବା ପରିବର୍ତ୍ତେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଯାହାର ଉଚିତ ଜବାବ ଦିଆଯାଇଥିଲା।