ମହାରାଷ୍ଟ୍ରରେ ପ୍ରବଳ ବର୍ଷା ; ବର୍ଷା ଋତୁ ଆରମ୍ଭ ନ ହେଉଣୁ ଉବୁଟୁବୁ ହେଲାଣି ମାୟା ନଗରୀ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରରେ ପ୍ରବଳ ବର୍ଷା । ବର୍ଷା ଋତୁ ଆରମ୍ଭ ନହେଉଣୁ ଉବୁ଼ଟୁବୁ ହେଲାଣି ମାୟା ନଗରୀ ମୁମ୍ଵାଇ । ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଉପୁଜିଛି । ରାସ୍ତାଘାଟରେ ପାଣି ଜମିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ଘରୁ ବାହାରି ପାରୁନାହାନ୍ତି । ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ସେପଟେ ରେଳ ଓ ବିମାନ ସେବା ପ୍ରଭାବିତ । ବହୁ ଟ୍ରେନ ବିଳମ୍ବରେ ଚାଲୁଛନ୍ତି । ବିମାନ ଉଡାଣ ମଧ୍ୟ ବିଳମ୍ବିତ ହୋଇଛି । ଦାଦର, ପରେଲ ଓ କୁର୍ଲାର ତଳି ଅଞ୍ଚଳ ବିଶେଷ ଭାବେ ବର୍ଷାରେ ପ୍ରଭାବିତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ମଧ୍ଯ ମୁମ୍ବାଇ ଓ ମୁମ୍ବାଇ ଉପନଗର ଅଞ୍ଚଳ ପାଇଁ ଯଥାକ୍ରମେ ଅରେଞ୍ଜ ଓ ରେଡ ଆଲର୍ଟ ଜାରି କରିଛି । ୨୫ ମେ ସକାଳ ୮ଟାରୁ ୨୬ ମେ ସକାଳ ୮ଟା ଯାଏ ସହରରେ ୫୮ ମିଲିମିଟର ବର୍ଷା ହୋଇଛି ।