ଚାଲିଥିଲା ଫୁଟବଲ ଭିକ୍ଟ୍ରି ପରେଡ ; ମାଡିଗଲା କାର୍

1 min read

ନନ୍ଦିଘୋଷ ବ୍ୟୁରୋ: ଚାଲିଥିଲା ଫୁଟବଲ ଭିକ୍ଟ୍ରି ପରେଡ । ଅଚାନକ୍ ମାଡ଼ିଗଲା କାର୍ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ୟୁକେର ଲିଭରପୁଲ ସହରରେ । ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଆହତ ହୋଇଥିବା ବେଳେ ଆହତଙ୍କ ଭିତରେ ୪ ଜଣ ଶିଶୁ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବଂ ଘଟଣାସ୍ଥଳରେ ୨୦ ଜଣଙ୍କୁ ଚିକିତ୍ସା କରାଯାଇଥିଲା । ଗତକାଲି ରାତିରେ ଲିଭରପୁଲ ସହରରେ ଏପରି ଅଘଟଣ ଦେଖିବାକୁ ମିଳିଛି । ପ୍ରିମିୟର ଲିଗର ଟ୍ରଫି ଜିତିବା ଖୁସିରେ ଦଳ ଏବଂ କର୍ମଚାରୀମାନେ ଏକ ଖୋଲା ବସ୍ ରେ ସହରର ମଧ୍ୟଭାଗରେ ବିଜୟ ପରେଡ୍ କରୁଥିଲେ। ତାଙ୍କ ଝଲକ ପାଇବା ପାଇଁ ହଜାର ହଜାର ପ୍ରଶଂସକ ରାସ୍ତା କଡ଼ରେ ଏକାଠି ହୋଇଥିଲେ, କିନ୍ତୁ ଫ୍ୟାନ୍ସଙ୍କ ଭିଡ ଭିତରକୁ ହଠାତ୍ କାର୍ ପଶି ଆସିଥିଲା । ଅତିକମରେ ୫୦ ଜଣ ଲୋକ ଏହାର ଶିକାର ହୋଇଛନ୍ତି । ପରେ କାର୍ ଚାଳକଙ୍କୁ ପୋଲିସ ଗିରଫ କରି ଦୁର୍ଘଟଣାର କାରଣକୁ ଜାଣିବା ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।

ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ୫୩ବର୍ଷୀୟ କାର୍ ଡ୍ରାଇଭରଙ୍କୁ ଗିରଫ କରିଛି ଏବଂ ଦୁର୍ଘଟଣାକୁ ନେଇ ପୋଲିସର କହିବା ଅନୁସାରେ, ଏହି ଘଟଣା ଆତଙ୍କବାଦ ସହିତ ଜଡିତ ନୁହେଁ ଏହା ଏକ ସଡ଼କ ଦୁର୍ଘଟଣା । ଏହାର ତଦନ୍ତ କରାଯାଉଛି । ଏହି ଘଟଣା ସହିତ ଜଡିତ ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଏକ କଳା କାର ଭିଡ଼ ମଧ୍ୟକୁ ପ୍ରବେଶ କରୁଛି ଏବଂ ଲୋକଙ୍କ ଉପରେ ଚଢିଯାଉଛି ।

https://x.com/i/status/1927065276970856650

ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମର କହିଛନ୍ତି, ଲିଭରପୁଲର ଦୃଶ୍ୟଗୁଡ଼ିକ ଭୟଙ୍କର” ପ୍ରଭାବିତ ସମସ୍ତ ଲୋକଙ୍କ ସହିତ ମୋର ସମବେଦନା। ଏହି ଗମ୍ଭୀର ଘଟଣାରେ ଶୀଘ୍ର ଏବଂ ନିରନ୍ତର ପ୍ରତିକ୍ରିୟା ପାଇଁ ମୁଁ ପୋଲିସ ଏବଂ ଜରୁରୀକାଳୀନ ସେବାକୁ ଧନ୍ୟବାଦ ଜଣାଉଛି।”