ଆମେ ବିଷ ଖାଇଦେଇଛୁ …ମରିବା ପୂର୍ବରୁ ପୁନୀତଙ୍କୁ ଏମିତି କହିଥିଲେ ପ୍ରବୀଣ ମିତଲ

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ପଞ୍ଚକୁଲାରେ ଗୋଟିଏ ପରିବାରର ବିଷ ପିଇ ୭ଜଣଙ୍କ ଆତ୍ମହତ୍ୟା କରିବା ଘଟଣା । ସାମ୍ନାକୁ ଆସିଲା ଆତ୍ମହତ୍ୟାର କାରଣ । ଡେରାଡୁନ ନିବାସୀ ପ୍ରବୀଣ ମିତଲଙ୍କ ପରିବାର ପଞ୍ଚକୁଲା ବାବା ବାଗେଶ୍ବର ଧାମକୁ ହନୁମାନ କଥା କାର୍ଯ୍ୟକ୍ରମ ଶୁଣିବାକୁ ଆସିଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଫେରିବା ସମୟରେ ସମେସ୍ତ କାର ଭିତରେ ଆତ୍ମହତ୍ୟା କରିଥିଲେ । ଏହି ଗଣ ଆତ୍ମହତ୍ୟାର ଜଣେ ମାତ୍ର ସାକ୍ଷୀ ହେଉଛନ୍ତି ପୁନୀତ ରାଣା । ଯାହାଙ୍କ ଘର ସାମ୍ନାରେ ଯାଇଥିଲା ପୁରା ପରିବାର ଲୋକଙ୍କ ଜୀବନ । ପୁନୀତ ରାଣାଙ୍କ କହିବାନୁଯାୟୀ ତାଙ୍କ ପଡୋଶୀ ତାଙ୍କ କହିଥିଲେ କି ତାଙ୍କ ଘର ସାମ୍ନାରେ ଗୋଟେ ଗାଡି ଛିଡା ହେଇଛି ଯାହାର କାଚକୁ ଟାଓ୍ବେଲ ମାଧ୍ୟମରେ ଘୋଡାଯାଇଛି । ଏହା ଶୁଣି ସେ ବାହାରକୁ ଆସିବା ପରେ ପରିବାରର ମୁଖ୍ୟ ପ୍ରବୀଣ ମିତଲଙ୍କୁ ଏ ବାବଦରେ ପଚାରିଥିଲେ । ଏହାକୁ ଶୁଣି ପ୍ରବୀଣ କହିଥିଲେ କି ଆମେ ବାବାଙ୍କ ପ୍ରୋଗ୍ରାମ ଦେଖିବାକୁ ଆସିଥିଲିୁ କିନ୍ତୁ ହୋଟେଲ ନମିଳିବାରୁ ଏହି କାରରେ ଶୋଇପଡିଛୁ । ଏହା ଶୁଣି ପୁନୀତ ତାଙ୍କୁ ଗାଡିକୁ ଆଗକୁ ସାଇଡ କରିବାକୁ କହିଥିଲେ । ଏବଂ ଯେତେବେଳେ ସେ କାର ଭିତରକୁ ଦେଖିଥିଲି ସେତେବେଳେ ସମସ୍ତେ ସମସ୍ତଙ୍କ ଉପରେ ବାନ୍ତି କରିଥିଲେ । ଏହିସମୟରେ ପ୍ରବୀଣ କାରରୁ ବାହାରି କହିଥିଲେ ମୁଁ ମଧ୍ୟ ବିଷ ଖାଇଛି । ଆମେ କରଜରେ ବୁଡିକୁ ଅଛୁ । ଆମ ସମ୍ପର୍କୀୟ ବହୁତ ଧନୀ କିନ୍ତୁ ଆମକୁ କେହି ସାହାଯ୍ୟ କରୁନାହାନ୍ତି । ଏହାପରେ ପୁନୀତ ଭିତରେ ବସିଥିବା ଛୁଆଙ୍କୁ ମଧ୍ୟ ହଲେଇଥିଲେ କିନ୍ତୁ ସେମାନେ ନିସ୍ତେଜ ହେଇଯାଇଥିଲେ ।
ସଠିକ ସମୟରେ ଆମ୍ବୁଲାନ୍ସ ଆସିଥିଲେ ବଞ୍ଚିଯାଇଥାନ୍ତେ
ଏହାର କିଛି ସମୟ ପରେ ପୋଲିସ ପହଞ୍ଚିଲା ବେଳକୁ କାର ଭିତରୁ ବହୁତ ଗନ୍ଧ ଆସିଥିଲା । କାର ଭିତରେ ଏକ ଔଷଧ ଡବା ମଧ୍ୟ ପଡିଥିଲା । ପୁନୀତଙ୍କ କହିବାନୁସାରେ ପୋଲିସ ଶୀଘ୍ର ଆସିଯାଇଥିଲା କିନ୍ତୁ ଆମ୍ବୁଲାନ୍ସ ଆସିବାକୁ ବିଳମ୍ବ କରିଥିଲା । ଯଦି ଆମ୍ବୁଲାନ୍ସ ସଠିକ ସମୟରେ ପହଞ୍ଚିଯାଇଥାନ୍ତା ହୁଏତ ସେମାନେ ବଞ୍ଚିପାରିଥାନ୍ତେ ।
ମା’ ଥିଲେ ରୋଗଗ୍ରସ୍ତ
ପ୍ରବୀଣ ମିତଲଙ୍କ ଏକ ପଡୋଶୀଙ୍କ କହିବାନୁଯାୟୀ ମିତଲଙ୍କ ପରିବାର ବହୁତ ସାଧାରଣ ଥିଲା । ତାଙ୍କ ମା’ ରୋଗରେ ପୀଡିତ ଥିଲେ । ତାଙ୍କ ପିଲାମାନେ ଡେରାଡୁନର ବ୍ଲୁମିଙ୍ଗ ବର୍ଡ ସ୍କୁଲରେ ପାଠ ପଢୁଥିଲେ । ତାଙ୍କ ଶ୍ବଶୁରଙ୍କ ଏକ ଦୋକାନ ଟପକେଶ୍ବର ମନ୍ଦିର ପାଖରେ ଥିଲା ଏବଂ ଏମାନଙ୍କ ପରିବାର ୧ବର୍ଷ ପୂର୍ବେ ଶ୍ବଶୂରଙ୍କ ସହିତ ଚଣ୍ଡିଗଡ ପଳେଇଥିଲେ ।