ଇଂଲଣ୍ଡ ବିପକ୍ଷ ଭାରତୀୟ ଦଳରେ ଏହି ଖେଳାଳିଙ୍କୁ ସ୍ଥାନ ଦେବାକୁ ଯୁକ୍ତି ବାଢ଼ିଥିଲେ ଗିଲ୍..

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଶୁଭମନ ଗିଲଙ୍କ ଅଧିନାୟକତ୍ବରେ ଦଳ ଇଂଲଣ୍ଡ ଗସ୍ତରେ ଯାଉଛି । ଦଳରେ ବହୁ ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ଏକ ଟିମ୍ ଚୟନ କରାଯାଉଥିବା ଚର୍ଚ୍ଚା ହେଉଛି । ସେପଟେ ଏହି ୧୮ ଜଣିଆ ଟିମରେ ଜଣେ ଖେଳାଳିଙ୍କ ପାଇଁ ଗମ୍ଭୀରଙ୍କୁ ମନାଇଥିଲେ ଗିଲ୍ । ପାଖାପାଖା ଅଧଘଣ୍ଟା ଧରି କଥା ବାର୍ତ୍ତା ହେବା ପରେ ଏହି ଖେଳାଳିଙ୍କ ଦଳରେ ସାମିଲ କରାଯାଇଥିଲା । ତେବେ ଏହି ଖେଳାଳି ଜଣକ କିଏ ?

କହି ରଖୁଛୁ କି, ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ବିସିସିଆଇ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଚୟନ କମିଟି ସହ ଶୁଭମନ ଗିଲ ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଟିମରେ ସାଇସୁଦର୍ଶନଙ୍କୁ ସ୍ଥାନ ଦେବା ପାଇଁ ଯୁକ୍ତି ବାଢ଼ିଥିଲେ ଗିଲ୍ । ଯାହାକୁ ମନା ମନା କରିଥିଲେ ଗମ୍ଭୀର । ନିଜେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ହୋଇ ମଧ୍ୟ ବାମହାତୀ ଓପନରଙ୍କୁ ଦଳରେ ସ୍ଥାନ ଦେବାକୁ ରାଜି ନଥିଲେ ଗମ୍ଭୀର । ତେବେ ଅନ୍ୟ ଯୋଜନାରେ ରହିଥିଲେ ।

ସେପଟେ କିନ୍ତୁ ଦଳରେ ସାଇ ସୁଦର୍ଶନଙ୍କୁ ଦଳରେ ସ୍ଥାନ ଦେବା ପାଇଁ ଗମ୍ଭୀରଙ୍କ ସହ ଗିଲଙ୍କ ଯୁକ୍ତି ହୋଇଥିବା ମଧ୍ୟ କୁହାଯାଉଛି । ଯଦିଓ ଏନେଇ କୌଣସି ଅଫିସିଆଲ ଖବର ମିଳିନାହିଁ ତଥାପି ଏଭଳି ଏକ ଖବର ଏବେ ଶୁଣିବାକୁ ମିଳୁଛି । କୁହାଯାଉଛି କି, ସାଇ ତୃତୀୟ ଓପନର ଭାବେ ଦଳରେ ସ୍ଥାନ ପାଇଛନ୍ତି । ତେବେ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବେ କି, ନାହିଁ ତାହା ଦେଖିବାକୁ ବାକି ରହିଛି । ଇଂଲଣ୍ଡରେ ଭାରତୀୟ ଦଳ ଦୀର୍ଘବର୍ଷ ଧରି ସିରିଜ୍ ଜିତିନଥିବାବେଳେ ଯୁବ ଟିମ୍ ବିଜୟୀ ହେବ ବୋଲି ଆଶା ରଖିଛନ୍ତି ଭାରତୀୟ କ୍ରିକେଟପ୍ରେମୀ ।