ମିଛ କହି ଆଦିତ୍ୟ ରାୟ କପୁରଙ୍କ ଘରେ ପଶିଲେ ଅଜଣା ମହିଳା, ଉଠାଇ ନେଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ଆଦିତ୍ୟରାୟ କପୁରଙ୍କ ଘରେ ପଶିଲେ ଅଜଣା ମହିଳା । ବାନ୍ଦ୍ରାସ୍ଥିତ ବାସଭବନରେ ମିଛ କହି ଜଣେ ଦୁବାଇର ମହିଳା ପଶିଥିଲେ । ପୋଲିସ ଖବର ପାଇଁ ମହିଳାଙ୍କୁ ଉଠାଇ ଆଣି ପଚରା ଉଚରା କରୁଛି । ତେବେ ସେ କାହିଁକି ପଶିଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ଯାଇଥିଲେ ଏନେଇ ପୋଲିସ ପକ୍ଷରୁ ଅଧିକ ପଚରା ଉଚରା କରାଯାଉଛି ।
ପୋଲିସ ସୂତ୍ର ଅନୁଯାୟୀ ସୋମବାର ସଂନ୍ଧ୍ୟା ୬ଟା ସମୟରେ ମହିଳା ଜଣକ ଆଦିତ୍ୟଙ୍କ ଘରର ଗେଟ୍ ପାଖରେ ଛିଡ଼ା ହୋଇଥିଲେ । ସିକ୍ୟୁରିଟିଙ୍କୁ ପଚାରିଥିଲେ କି, ଏହା ଆଦିତ୍ୟଙ୍କ ଘର କି ? ଆଉ ହଁ ମାରିବା ପରେ କହିଥିଲେ କି, ମୁଁ କିଛି ପୋଷାକ ଦେବା ପାଇଁ ଆସିଛି । ଘରର ସହାୟକ ତାଙ୍କ ଘର ଭିତରକୁ ନେଇଥିଲେ । ମାତ୍ର ସେହି ସମୟରେ ଆଦିତ୍ୟ ସୁଟିଂରେ ଥିଲେ । ଯେତେବେଳେ ଆଦିତ୍ୟ ସୁଟିଂରୁ ଫେରିଲେ ତାଙ୍କୁ ଘରର ସହାୟକ କହିଥିଲେ କି, କେହି ଜଣେ ମହିଳା ପୋଷାକ ନେଇ ଆସିଛନ୍ତି । ଏହାଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ । କହିଥିଲେ କି, ମୁଁ କାହାକୁ କହିନି କି ଜାଣିନି । ଏହାପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମହିଳାଙ୍କୁ ପଚରା ଉଚରା କରୁଥିବାବେଳେ ସେ କହିଛନ୍ତି କି, ମୁଁ ଦୁବାଇରୁ ଆସିଛି । ଆଦିତ୍ୟଙ୍କୁ ଦେଖା କରିବାକୁ ଆସିଛି ।