କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପ୍ରାପ୍ତ କଲେ ସୋନାଲିକା

ନନ୍ଦିଘୋଷ ବ୍ୟୁରୋ: କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପ୍ରାପ୍ତ କଲେ କଟକ ଜିଲ୍ଲା ନରସିଂହପୁରର ଝିଅ ସୋନାଲିକା ମିଶ୍ର । ୨୦୦ ଘଣ୍ଟା ଉଡ଼ାଣ ପୂରଣ କରି ଡିଜିସିଏ ଦ୍ୱାରା ଗଠିତ ସମସ୍ତ ପରୀକ୍ଷା ଉତିର୍ଣ୍ଣ କରି କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପ୍ରାପ୍ତ କରିଛନ୍ତି । ସୋନାଲିକା ହେଉଛନ୍ତି ନରସିଂହପୁରର ବରିଷ୍ଠ ଆଇନଜୀବୀ ନିର୍ମଳେନ୍ଦୁ ମିଶ୍ରଙ୍କ ଝିଅ । ସେ ନରସିଂହପୁରରେ ନିଜର ପ୍ରାଥମିକ ଶିକ୍ଷା ଆରମ୍ଭ କରିବା ପରେ ପାଇଲଟ ହେବା ପାଇଁ ଲକ୍ଷ୍ୟ ରଖିଥିଲେ । ଏହି ସଫଳତା ପାଇବା ପରେ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ଉଡାଣ ଭରିବାକୁ ଲକ୍ଷ୍ୟ ରଖିଛନ୍ତି ସୋନାଲିକା । ତାଙ୍କର ଏହି ସଫଳତା ପାଇଁ ବାପା ମା’ ଓ ପରିବାର ବର୍ଗଙ୍କୁ ଶ୍ରେୟ ଦେଇଛନ୍ତି । ଝିଅର ଏହି ସଫଳତା ପରେ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି ।