ପରିବାର ଲୋକ ରାଜି ହେଲେନି, ପୋଲିସ କରାଇଲା ପ୍ରେମୀ ଯୁଗଳଙ୍କ ବିବାହ

ପାଟନା: ପରିବାର ଲୋକ ରାଜି ହେଲେନି । ପୋଲିସ କରାଇଲା ପ୍ରେମୀ ଯୁଗଳଙ୍କ ବିବାହ । ଏମିତି ଏକ ବିବାହ ଦେଖିବାକୁ ମିଳିଛି ବିହାରର ବକ୍ସର ଜିଲ୍ଲାରେ ।  ପରିବାର ଲୋକ ପ୍ରେମୀ ଯୁଗଳଙ୍କୁ ବିବାହ ଅନୁମତି ଦେଉ ନଥିବାରୁ ମହିଳା ଥାନାରେ ବାହା ହୋଇଛନ୍ତି । ଥାନା ଇନଚାର୍ଜ କନିଷ୍କ ତିଓ୍ବାରୀ ଏବଂ ଅନ୍ୟ ପୋଲିସମାନେ ଏହି ବିବାହର ସାକ୍ଷୀ ହୋଇଛନ୍ତି । ସମଗ୍ର ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ବକ୍ସର ଜିଲ୍ଲାର ସିକ୍ରେଲ ଥାନା ଅଞ୍ଚଳରେ ଏକ ରେଙ୍କା ଗାଁ ଅଛି । ଗାଁର ମହେନ୍ଦ୍ର ଶାହାଙ୍କ ପୁଅ ପିଣ୍ଟୁ ଶାହା ଏବଂ ମୁରାର ଥାନା ଅଞ୍ଚଳର ଆମସାରି ଗାଁର ଶିଳ୍ପୀ କୁମାରଙ୍କ ମଧ୍ୟରେ ଗତ ଦେଢ଼ ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶିଳ୍ପୀଙ୍କ ମାମୁଁ ଘର ଗାଁ ରେଙ୍କାରେ ଏକ ବିବାହ ଉତ୍ସବରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ପରିବାର ଲୋକ ଜାଣିବାକୁ ପାଇଲେ । ଏହା ପରେ ଉଭୟଙ୍କୁ ମିଶିବାକୁ ବିରୋଧ କଲେ । ଏହା ପରେ ପ୍ରେମୀ ଯୁଗଳ ଥାନାର ଦ୍ବାରସ୍ତ ହୋଇଥିଲେ  ଏବଂ ବିବାହ ପାଇଁ ଅନୁରୋଧ କରିଥିଲେ । ପରିବାର ସଦସ୍ୟ ଏଥିରେ ରାଜି ନ ହୋଇ ରାଗିକି ଫେରି ଯାଇଥିଲେ । ଏହା ପରେ ଥାନା ଇନଚାର୍ଜ କନିଷ୍କ ତିଓ୍ବାରୀ ଥାନା ପରିସରରେ ଥିବା ମନ୍ଦିରରେ ବାବାହ କରାଇଥିଲେ ।