spot_img

Latest Posts

ଭଦ୍ରକରେ ତାଲିବାନୀ ଅତ୍ୟାଚାର, ଯୁବକଙ୍କ ଉପରେ ଗରମ ପାଣି ଢାଳିଦେଲେ ମାଲିକ

ନନ୍ଦିଘୋଷ ବ୍ୟୁରୋ : ଗରମ ପାଣି ଢାଳି ଯୁବକଙ୍କୁ ହତ୍ୟା। ଅନ୍ୟ ଘରେ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କୁ ମାଡ଼ ମାରିବା ସହିତ ଗରମ ପାଣି ଢାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁରେ। ବନ୍ଧଗାଁର ଗଗନ ମଲ୍ଲିକ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ।

ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନକୁ ଘରକୁ ଡାକି ଦେଶୀ ମଦ ପିଇବା ପାଇଁ ଦେଇଥିଲେ। ପରେ କୌଣସି କଥାକଟାକଟିକୁ ନେଇ ଗଗନକୁ ନିସ୍ତୁକ ମାଡ ମାରିବା ସହିତ ନିକଟରେ ଥିବା ଏକ ଚିକେନ ସେଣ୍ଟରରେ ଥିବା ଗରମ ପାଣି ଫିଙ୍ଗିଥିଲେ। ପରେ ରାସ୍ତା କଡ଼ରେ ନେଇ ଫିଙ୍ଗିଦେଲେ। ଏହାପରେ ଗଗନଙ୍କ ସମ୍ପର୍କୀୟମାନେ ଖବର ପାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ଗଗନକୁ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ହତ୍ୟା ଅଭିଯୋଗ କରାଯିବା ପରେ କରାଯାଇଥିବ ପୋଲିସ 2 ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି।

Latest Posts

Don't Miss