ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବିନିସପୁର ଗାଁରେ ଅଜଣା ରୋଗ ଆତଙ୍କ

ନନ୍ଦିଘୋଷ ବ୍ୟୁରୋ: ଅଜଣା ରୋଗରେ ଆକ୍ରାନ୍ତ ଗ୍ରାମବାସୀ । ଜ୍ଵର ସାଙ୍ଗକୁ ଆଣ୍ଠୁ ଗଣ୍ଠି ବିନ୍ଧା, ଗୋଡ ଝିମା ସହ ଦୁର୍ବଳ ଅନୁଭବ କରୁଛନ୍ତି ରୋଗୀ । ଭୟଭୀତ ଅବସ୍ଥାରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବିନିସପୁର ଗାଁ ଲୋକେ । ଗାଁରେ ପହଞ୍ଚି ଲୋକଙ୍କୁ ସ୍ଵାସ୍ଥ୍ଯସେବା ଯୋଗାଇବା ରକ୍ତ ନମୁନା ସଂଗ୍ରହ କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇଛନ୍ତି ଡାକ୍ତରୀ ଦଳ ।
ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବିନିସପୁର ଗାଁରେ ଅଜଣା ରୋଗ ଆତଙ୍କ । ଜ୍ଵର ସାଙ୍ଗକୁ ଆଣ୍ଠୁ ଗଣ୍ଠି ବିନ୍ଧା, ଗୋଡ ଝିମା ସହ ଦୁର୍ବଳ ଅନୁଭବ କରୁଛନ୍ତି ରୋଗୀ । ୫୦ରୁ ଅଧିକ ବ୍ୟକ୍ତି ଜ୍ବରରେ ପିଡୀତ ଥିବା ବେଳେ ୩ ଜଣ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଫେରିଛନ୍ତି । ଗତ କିଛି ଦିନ ହେଲା ଗାଁରେ ଜଣକ ପରେ ଜଣଙ୍କୁ ଜ୍ବର ହେବାରେ ଲାଗିଛି । ଗାଁରେ ୮୦ ପରିବାର ବସବାସ କରୁଥିବା ବେଳେ ପ୍ରତ୍ଯେକ ଘରୁ ଦୁଇରୁ ତିନି ଜଣ ଜ୍ଵରରେ ଛଟପଟ ହେଉଛନ୍ତି । ସେ ମଧ୍ୟରୁ ପ୍ରାୟ ୧୫ ରୁ ୨୦ ଜଣ ଶିଶୁ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି ।
୩୫୦ ଜନସଂଖ୍ଯା ବିଶିଷ୍ଟ ବିନିସପୁର ଗାଁରେ ଏବେ ଭୟର ବାତାବରଣ ଖେଳିଯାଇଛି । ଗାଁରେ ଆଶା ଦିଦି ସମସ୍ତ ଆକ୍ରାନ୍ତଙ୍କ ରକ୍ତ ପରୀକ୍ଷା କରିଥିଲେ ସେଥିରେ ମ୍ଯାଲେରିଆ ନେଗେଟିଭି ଆସିଛି । ବର୍ତ୍ତମାନ ମେଡିକାଲ ଟିମ ଗାଁରେ ପହଞ୍ଚି ଲୋକଙ୍କୁ ସ୍ଵାସ୍ଥ୍ଯସେବା ଯୋଗାଇବା ସହ ସେଚତନ କରୁଛନ୍ତି । ରକ୍ତ ନମୁନା ସଂଗ୍ରହ କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ରୋଗର କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି ।