ହନିମୁନ୍ ଯାଇଥିବା ଦମ୍ପତ୍ତିଙ୍କ ଖୋଲିଲା ରହସ୍ୟ ; ସ୍ବାମୀକୁ ମାରିବା ପାଇଁ ସ୍ତ୍ରୀ ଦେଇଥିଲା ସୁପାରୀ

1 min read

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀ ପୋଛିଦେଲା ନିଜ ସିନ୍ଦୂର । ହନିମୁନରେ ଆସି ସ୍ଵାମୀଙ୍କୁ ମର୍ଡର । ଇନ୍ଦୋର ଦମ୍ପତି ନିଖୋଜ ଘଟଣାର ବଡ ଖୁଲାସା । ପୋଲିସ ଖୋଲିଲା ହନିମୁନ୍ ଯାଇଥିବା ଦମ୍ପତ୍ତିଙ୍କ ରହସ୍ୟ । ସ୍ମାମୀଙ୍କ ମୃତଦେହ ମିଳିଥିବା ବେଳେ ନିଖୋଜ ଥିଲେ ସ୍ତ୍ରୀ । କିନ୍ତୁ ଜୀବିତ ଅବସ୍ଥାରେ ସ୍ତ୍ରୀଙ୍କୁ ୟୁପିରୁ ପୋଲିସ ଗିରଫ କରିଛି । ମେଘାଳୟର ସିଲଂକୁ ହନିମୁନ୍ ପାଇଁ ଯାଇଥିବା ଇନ୍ଦୋର ଦମ୍ପତି ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀଙ୍କ ନିଖୋଜ ଘଟଣାର ରହସ୍ୟର ଖୁଲାସା ହୋଇଛି । ଘରଠୁ ଶହ ଶହ କିଲୋମିଟର ଦୂରରେ ହେଇଥିଲା ଏତେ ବଡ଼ ଷଡ଼ଯନ୍ତ୍ର । ଏହା ହେଉଛି ଇନ୍ଦୋରର ନବଦମ୍ପତି ମେଘାଳୟରେ ନିଖୋଜ ହେବା ଘଟଣାର ଅସଲି ସତ। ସିଲଂରେ ରାଜା ରଘୁବଂଶୀଙ୍କୁ ହତ୍ୟା କରାଯାଇଥିଲା ଏବଂ ତାଙ୍କ ମୃତଦେହ ଏକ ପାହାଡ଼ ଉପରେ ମିଳିଥିଲା, ଯେତେବେଳେ ସୋନମ ନିଖୋଜ ହୋଇଯାଇଥିଲେ। ଏବେ ସୋନମଙ୍କୁ ପୋଲିସ ୟୁପିର ଗାଜିପୁରରୁ ଗିରଫ କରିଛି। ଏହା ଗାଜିପୁରର ଅତିରିକ୍ତ ଏସପି ଜ୍ଞାନେନ୍ଦ୍ର ପ୍ରସାଦ ନିଶ୍ଚିତ କରିଛନ୍ତି।

ଏହି ମାମଲାରେ ମେଘାଳୟର ଡିଜିପି ଏକ ଭୟଙ୍କର ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେବ । ରାଜାଙ୍କ ପତ୍ନୀ ନିଜେ ତାଙ୍କ ସ୍ବାମୀଙ୍କ ହତ୍ୟା କରିଛନ୍ତି । ଏବଂ ସେ ନିଜେ ଏହି ମାମଲାରେ ସମ୍ପୃକ୍ତ ଅଛନ୍ତି । ମେଘାଳୟର ଡିଜିପିଙ୍କ ଅନୁଯାୟୀ, ରାଜାଙ୍କୁ ହତ୍ୟା କରିବା ପାଇଁ ସୋନମ ଅପରାଧୀଙ୍କୁ ସୁପାରୀ ଦେଇଥିଲେ। ଏହି ମାମଲାରେ ତାଙ୍କ ପତ୍ନୀ ସୋନମ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି। ସୋନମଙ୍କ ବ୍ୟତୀତ ଅନ୍ୟ ତିନି ଅଭିଯୁକ୍ତ ମଧ୍ୟ ମଧ୍ୟପ୍ରଦେଶର ଅଟନ୍ତି।

ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା ସୋମବାର ସକାଳେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ପୋଲିସ ମାତ୍ର 7 ଦିନ ମଧ୍ୟରେ ରାଜା ହତ୍ୟା ମାମଲାରେ ବଡ଼ ସଫଳତା ପାଇଛି। ଏହି ମାମଲାରେ, ମଧ୍ୟପ୍ରଦେଶର ତିନି ଜଣ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି, ଯେତେବେଳେ ଜଣେ ମହିଳା ଅଭିଯୁକ୍ତ ନିଜକୁ ଆତ୍ମସମର୍ପଣ କରିଛନ୍ତି।

https://x.com/SangmaConrad/status/1931888894716567734?

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୋଲିସ ଏହି ମାମଲାରେ ଏବେ ବି ଜଣେ ଅଭିଯୁକ୍ତଙ୍କୁ ଖୋଜୁଛି। ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ସାଙ୍ଗମା ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ମେଘାଳୟ ପୋଲିସକୁ ମଧ୍ୟ ପ୍ରଶଂସା କରିଛନ୍ତି। ରାଜା ହତ୍ୟା ମାମଲା ସମଗ୍ର ରାଜ୍ୟରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତଥାପି, ବର୍ତ୍ତମାନ ରାଜାଙ୍କ ପତ୍ନୀ ସୋନମ ମିଳିବା ପରେ ଆଶା କରାଯାଉଛି ଯେ ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ଏବଂ ରାଜା ରଘୁବଂଶୀଙ୍କ ମୃତ୍ୟୁର ରହସ୍ୟର ସମାଧାନ ହେବ।

ଇନ୍ଦୋରର ନବବିବାହିତ ଦମ୍ପତି ରାଜା ରଘୁବଂଶୀ ଓ ସୋନମ୍ ହନିମୁନରେ ମେଘାଳୟ ଯାଇଥିଲେ। ମେ ୨୩ ତାରିଖରୁ ତାଙ୍କର ପତ୍ତା ମିଳୁନଥିଲା। ଜୁନ ୨ ରେ ରାଜାଙ୍କ କ୍ଷତାକ୍ତ ମୃତଦେହ ଡ୍ରୋନ ଜରିଆରେ ଠାବ ହୋଇଥିବାବେଳେ ସୋନମଙ୍କ ପତ୍ତା ମିଳିନଥିଲା। ତେବେ ମେଘାଳୟ ପୋଲିସର ଦିନରାତି କସରତ ପରେ ସଦ ପଦାକୁ ଆସିଛି। ସୋନମ ହିଁ ନିଜ ସ୍ଵାମୀ ରଘୁବଂଶୀକୁ ହତ୍ୟା କରିଛି। ଏଥିପାଇଁ ସେ ଇନ୍ଦୋରରୁ ହିଁ ସୁପାରି କିଲରଙ୍କୁ ଡକାଇଥିଲା ମେଘାଳୟ। ସେଠାରେ ସ୍ଵାମୀଙ୍କୁ ମର୍ଡର କରିବା ପରେ ପାହାଡ଼ ତଳକୁ ଫିଙ୍ଗି ଦେଇଥିଲେ। ପରେ ଉତ୍ତର ପ୍ରଦେଶକୁ ଫେରାର ମାରିଥିଲେ। ମେଘାଳୟ ପୋଲିସ ୪ ଜଣଙ୍କୁ ଗିରଫ କରିଛି।