spot_img

Latest Posts

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି , ସ୍ନାନ ପୂର୍ଣ୍ଣିମା ଆଜି ସଂଧ୍ୟାରୁ ଲାଗୁ ହେବ ଟ୍ରାଫିକ୍ କଟକଣା

ନନ୍ଦିଘୋଷ ବ୍ୟୁରୋ : ଆଜି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି । ଏଥିପାଇଁ ଅପରାହ୍ଣ ୨ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ରତ୍ନ ସିଂହାସନରୁ ଆସି ସ୍ନାନବେଦୀରେ ବିଜେ କରିବେ ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ଗଜାନନ ବେଶରେ ଦର୍ଶନ ଦେବେ । ଏଥିପାଇଁ ଗତକାଲି ଠାରୁ ଦଇତାଙ୍କ ଶ୍ରୀମନ୍ଦିର ପ୍ରବେଶ ହେଇଛି ।

ଅନ୍ୟପଟେ ସ୍ନାନ ପୂର୍ଣ୍ଣିମା ପାଇଁ ଆଜି ସଂଧ୍ୟାରେ ପୁରୀରେ ଲାଗୁ ହେବ ଟ୍ରାଫିକ୍ କଟକଣା। ସାରା ସହରରେ ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ। ରଥଖଳାରେ ଜୋରସୋର ଚାଲିଛି ରଥ ନିର୍ମାଣ କାମ ତିନି ରଥର ଚାରି ନାହାକା ଉଠିବା ପରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡା ଯାଇଛି । ତାଳଧ୍ଵଜ ରଥର ୪ଟି, ନନ୍ଦିଘୋଷ ରଥର ୪ଟି ଏବଂ ଦର୍ପଦଳନ ରଥର ୨ଗୋଟି ଛନ୍ଦା ଗୟଳ ରଥ ଉଭୟ ପାର୍ଶ୍ବରେ ମୋଡା ଶେଷ ହୋଇ ବାନ୍ଧେଣୀ ପଡ଼ିଛି । ତିନି ରଥର ୪୪ ଗୋଟି ଯୋଖା ଫିଟିଙ୍ଗ ଆରମ୍ଭ ହୋଇଛି ।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ  ଭିଡ଼ ନିୟନ୍ତ୍ରଣ ପାଇଁ ଆଜି ସଂଧ୍ୟାରୁ ଲାଗୁ ହେବ ଟ୍ରାଫି କଟକଣା । ପୋଲିସ ପକ୍ଷରୁ ବି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତର ଓ ବାହାର, ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ, ପର୍ଯ୍ୟଟକ ସହଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ୍ ଓ ଅଫିସର ନିଯୁକ୍ତ କରାଯାଇଛି । ଦେବସ୍ନାନ ପୂର୍ଣ୍ଣମୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ସ୍ନାନ ପୂର୍ଣ୍ଣିମା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଗୋଟିଏ ସେକ୍ସନ ଫୋର୍ସ ମୁତୟନ ରହିବେ। ସ୍ନାନପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜାରି ଜାରି କରାଯାଇଛି । ଆଜି ସଂଧ୍ୟାରୁ ମେଡିକାଲ ଛକରୁ ଶ୍ରୀମନ୍ଦିର ଯାଏଁ ଚାରିଚକିଆ ଯାନ ଉପରେ କଟକଣା ଲାଗୁ କରାଯିବ । ଦୁଇ ଚକିଆ ଯାନ ପାଇଁ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସରେ ବ୍ୟବସ୍ଥା ହୋଇଛି। ସେହିପରି ଭୁବନେଶ୍ୱର ଆଡୁ ଚାରିଚକିଆ ଯାନରେ ଆସୁଥିବା ଯାତ୍ରୀ ମାନେ ଜେଲରୋଡ ଏବଂ ଶରଧାବାଲିରେ ପାର୍କିଂ କରିବେ। କୋଣାର୍କ ଆଡୁ ଆସୁଥିବା ଯାତ୍ରୀଙ୍କ ପାଇଁ ଶରଧାବାଲି ପାର୍କିଂ ବ୍ୟବସ୍ଥା ହୋଇଛି। ବ୍ରହ୍ମଗିରି ଆଡୁ ଆସୁଥିବା ଯାତ୍ରୀ ମାନେ ଯାତ୍ରୀକାରେ ପାର୍କିଂ କରିପାରିବେ। ପୋଲିସ ପକ୍ଷରୁ ଜାରି କରାଯାଇଥିବା ଟ୍ରାଫିକ ଆଡଭାଇଜାରିକୁ ଅନୁପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ପୁରୀ ଏସପି। ପୁରୀ ପୋଲିସ ପକ୍ଷରୁ ଭକ୍ତଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ମାତ୍ରାରେ ଲାଇଫଗାର୍ଡଙ୍କୁ ମୁତୟନ କରାଯାଇଛି।

Latest Posts

Don't Miss