AI ବ୍ୟବହାର କରିବା ପାଇଁ ଆଉ ଦରକାର ପଡିବନି ଇଣ୍ଟରନେଟ
1 min read
ନନ୍ଦିଘୋଷ ବ୍ୟୁରୋ : ChatGPT ଭଳି AI ମଡେଲଗୁଡ଼ିକୁ କଡ଼ା ଟକ୍କର ଦେବା ପାଇଁ ଗୁଗୁଲ୍ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। କମ୍ପାନୀ ଏବେ ଏକ ଏପରି ପଦକ୍ଷେପ ନେଇଛି ଯାହା ସମସ୍ତଙ୍କୁ ପଛରେ ପକାଇ ପାରେ। ଗୁଗୁଲ୍ ଏକ ଏପରି AI ମଡେଲ ଆରମ୍ଭ କରିଛି ଯାହାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏହା ଇଣ୍ଟରନେଟ ବିନା ମଧ୍ୟ କାମ କରିବାରେ ସକ୍ଷମ। ଏହି AI ଟୁଲର ଆଉ କ’ଣ ବିଶେଷତ୍ବ ରହିଛି? ଆସନ୍ତୁ ଜାଣିବା।
AI ର ପ୍ରତିଯୋଗିତାରେ କିଏ ପ୍ରଥମ ହେବ, ଏହାକୁ ନେଇ କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଦୌଡ଼ ଚାଲିଛି। ଲୋକଙ୍କୁ ଆକର୍ଷିତ କରିବା ପାଇଁ ଚମତ୍କାର ଫିଚର୍ସ ସହିତ ନୂଆ ନୂଆ AI ମଡେଲ୍ଗୁଡ଼ିକ ଆସୁଛି। ନିକଟରେ ଗୂଗଲ୍ ମଧ୍ୟ ତା’ର ନୂଆ ଓପନ୍ ସୋର୍ସ ମଡେଲ୍ ଗେମା 3n ଉନ୍ମୋଚନ କରିଛି। ଏହି AI ମଡେଲ୍ର ଗୋଟିଏ ନୁହେଁ, ଦୁଇଟି ବିଶେଷତ୍ବ ରହିଛି ଯାହା ଏହାକୁ ଅନ୍ୟ AI ମଡେଲ୍ଗୁଡ଼ିକଠାରୁ ଅଲଗା କରୁଛି। ପ୍ରଥମ ବିଶେଷତ୍ବ ହେଉଛି, ଗେମା 3n ଚଲାଇବା ପାଇଁ ଇଣ୍ଟରନେଟର ଆବଶ୍ୟକତା ନାହିଁ, ଓ ଦ୍ୱିତୀୟ ବିଶେଷତ୍ବ ହେଉଛି ଏହା ମାତ୍ର ୨ ଜିବି ରାମ୍ ଥିବା ଏକ ସାଧାରଣ ସ୍ମାର୍ଟଫୋନ୍ରେ ମଧ୍ୟ ସହଜରେ କାମ କରିବାରେ ଏହା ସକ୍ଷମ।
ଗେମା 3N କ’ଣ?
ଏହା ଗୂଗଲର ଏକ ଓପନ ସୋର୍ସ ମଲ୍ଟିମୋଡାଲ AI ମଡେଲ ଯାହା କେବଳ ଟେକ୍ସଟ ନୁହେଁ ଅଡିଓ, ଇମେଜ ଏବଂ ଭିଡିଓ ଇନପୁଟ କାମ ମଧ୍ୟ କରିପାରିବେ। ଏହି ମଡେଲ ଆପଣଙ୍କଠାରୁ ଏସବୁ ଫର୍ମାଟରେ ଇନପୁଟ ବା ପ୍ରଶ୍ନ ନେଇଥାଏ, କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଆଉଟପୁଟ ବା ଉତ୍ତର କେବଳ ଟେକ୍ସଟ ଫର୍ମାଟରେ ଦେଇଥାଏ। ଗୂଗଲର ଏହି ନୂଆ AI ମଡେଲ ବେଶ ଚତୁର, କାରଣ ଏହା ୧୪୦ରୁ ଅଧିକ ଭାଷା ବୁଝିବାରେ ପାରଙ୍ଗମ। ଏହି ନୂଆ ମଡେଲ ଗୂଗଲର ଗେମା ସିରିଜର ଏକ ଅଂଶ ହୋଇଛି ।
ChatGPT କୁ କିପରି ଟକ୍କର ଦେବ?
ଯେପରି ଆମେ ଆପଣଙ୍କୁ କହିଛୁ ଗୁଗୁଲ୍ ଗେମା 3n ରେ କିଛି ଖାସ ବିଶେଷତ୍ବ ରହିଛି । ସେହି ଖାସ ବିଶେଷତ୍ବ ହେଉଛି ଏହି AI ଇଣ୍ଟରନେଟ ବିନା ମଧ୍ୟ କାମ କରିବାରେ ସକ୍ଷମ। କିନ୍ତୁ ଅନ୍ୟପଟେ, ChatGPT ବିଷୟରେ କହିବାକୁ ଗଲେ, ଏହି AI ମଡେଲ ଇଣ୍ଟରନେଟ ବିନା କାମ କରିପାରେ ନାହିଁ। ChatGPT ବ୍ୟବହାର କରିବା ପାଇଁ ଆପଣଙ୍କୁ ଇଣ୍ଟରନେଟର ଆବଶ୍ୟକତା ପଡ଼ିବ।
ଗୂଗଲର ଇଣ୍ଟରନେଟ ବିନା କାମ କରୁଥିବା AI ମଡେଲ ଏକ ହଇଚଇ ସୃଷ୍ଟି କରିପାରେ, କାରଣ ଏହି AI ସେହି ଅଞ୍ଚଳରେ ମଧ୍ୟ ବ୍ୟବହାର କରାଯାଇପାରିବ ଯେଉଁଠାରେ ଇଣ୍ଟରନେଟ ସେବା ନ ଥିବ କିମ୍ବା ଯେତେବେଳେ ଆପଣଙ୍କ ପାଖରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ନଥିବ। କିନ୍ତୁ ChatGPTପାଖରେ ଏହି ସୁବିଧା ଉପଲବ୍ଧ ନାହିଁ । ଯେପର୍ଯ୍ୟନ୍ତ ଆପଣଙ୍କ ପାଖରେ ଇଣ୍ଟରନେଟ ଅଛି, ଆପଣ ଏହାକୁ ଚଲାଇପାରିବେ, କିନ୍ତୁ ଯେତେବେଳେ ଇଣ୍ଟରନେଟ ସୁବିଧା ଶେଷ ହୁଏ, ChatGPT ମଧ୍ୟ କାମ କରିବା ବନ୍ଦ କରିଦେବ।