ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବାକୁ ଓଏଏସ୍ ସଂଘର ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବାକୁ ଓଏଏସ୍ ସଂଘର ନିଷ୍ପତ୍ତି ସ୍ଥଗିତ। ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବାକୁ ଦେଇଥିଲେ ଚେତାବନୀ। ଭଦ୍ରକ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଓଏଏସ୍ ସଂଘର ଜିଲ୍ଲା ଶାଖା। ଏହା କେବଳ ଗୋଟିଏ ଘଟଣା ନୁହେଁ, ବର୍ଷକ ଭିତରେ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି। ଯାହାକି ସରକାରୀ ଅଧିକାରୀଙ୍କୁ ବିଚଳିତ କରିବା ସହ ଆତ୍ମସମ୍ମାନକୁ ଆଘାତ ଦେଉଛି। ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କୁ ଆକ୍ରମଣ ପ୍ରାଶାସନିକ ବ୍ୟବସ୍ଥାକୁ ଆକ୍ରମଣ ସହ ସମାନ। ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଓଏଏସ ଅଧିକାରୀ। ଯେପର୍ଯ୍ୟନ୍ତ ସୁରକ୍ଷା ସୁନିଶ୍ଚିତ କରିନାହାନ୍ତି, ସେ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରହିବେ କହିଥିଲେ। ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଭେଟିବା ପରେ ନିଷ୍ପତ୍ତି ସ୍ଥଗିତ ରହିଛି। ଓଏଏସ ଅଫିସର ରତ୍ନାକର ସାହୁଙ୍କୁ ବିଜେପି ନେତାଙ୍କ ଆକ୍ରମଣ ଘଟଣା ।

ଅନ୍ୟପଟେ ଏହି ଘଟଣାରେ ଓଏଏସ ସଂଘକୁ ସମର୍ଥନ ଜଣାଇଛି ଆଇଏଏସ ସଂଘ। ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି। ଏପରି ଘଟଣା ଦୁର୍ଭାଗ୍ୟଜନକ। ଏହାସହ ଆଇଏଏସ ଓ ଓଏଏସ ସଂଘ ମିଳିତ ଭାବେ ସୂଚନା ଦେଇଛନ୍ତି। ରତ୍ନକର ସାହୁଙ୍କ ଆକ୍ରମଣ ଘଟଣାରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଆଇଏଏସ ଓ ଓଏଏସ ସଂଘ।…