ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ଯାଉଥିବାବେଳେ ଦୁର୍ଘଟଣା, ଚାଲିଗଲା ପୁଅ-ବୋହୂଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ। ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ଯାଉଥିଲେ ପୁଅବୋହୂ । ସଡକ ଦୁର୍ଘଟଣାରେ ଚାଲିଗଲା ପୁଅବୋହୂଙ୍କ ଜୀବନ । ବୌଦ୍ଧ ଥାନା ଅନ୍ତର୍ଗତ ରମ୍ଭିକଟା ଟୋଲଗେଟ ନିକଟରେ ସଡକ ଦୁର୍ଘଟଣା । ରାସ୍ତାରେ ଠିଆ ହୋଇଥିବା ଟ୍ରକ କୁ ପିଟିଲା କାର । କାର ରେ ବସିଥିବା ସ୍ୱାମୀ ସ୍ତ୍ରୀ ମୃତ । ମୃତକ ଦୁଇଜଣ ହେଲେ ନୟାଗଡ଼ ଜିଲ୍ଲା ଗଣିଆ ତେଲିସାହିର ରାଜକିଶୋର ସାହୁ ଓ ମିନତି ସାହୁ । ରାଜକିଶୋର ନିଜ ବାପା ବଲଭ ସାହୁଙ୍କୁ ମୁଖାଅଗ୍ନି ଦେବା ପାଇଁ ଗଣିଆ ଯାଉଥିଲେ । ଘଟଣାରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନୂଆପଡା ଜିଲ୍ଲା କୁମୁରକୁରି ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ରାଜକିଶୋର ସାହୁ ଓ ତାଙ୍କ ସ୍ତ୍ରୀ ମିନତି ସାହୁ । ମୃତ୍ୟୁ ଖବର ଶୁଣି ରାଜକିଶୋର ଗାଁ ଗଣିଆ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗାଁ ମଶାଣିରେ ଜଳିବ ଗୋଟିଏ ପରିବାର ୩ ଜୁଇ ।