ଭାବପୂର୍ଣ୍ଣ ପରିବେଶରେ ଚାଲିଛି ଅମରନାଥ ଯାତ୍ରା

1 min read

ନନ୍ଦିଘୋଷ ବ୍ୟୁରୋ: ହର ହର ମହାଦେବ ଧ୍ବନିରେ କମ୍ପୁଛି ପରିବେଶ। ଅତ୍ୟନ୍ତ ଭାବପୂର୍ଣ୍ଣ ପରିବେଶରେ ଚାଲିଛି ଅମରନାଥ ଯାତ୍ରା। କେଉଁଠି ଭଜନ କୀର୍ତ୍ତନ ତ କେଉଁଠି ଭକ୍ତଙ୍କ ପ୍ରାର୍ଥନା। ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଅମରନାଥ ଯାତ୍ରା ଲାଗି ପୋଲିସ ଓ ପ୍ରଶାସନର ବି ବ୍ୟାପକ ପ୍ରସ୍ତୁତି। ଗତକାଲି ସେମାନ କାଶ୍ମୀରର କାଜିଗନ୍ଦ-ବନିହାଲ ଟନେଲ ଅତିକ୍ରମ କରିବା ପରେ ଆଜି ସେମାନେ ଆଗକୁ ଯାତ୍ରା କରିଛନ୍ତି। ସମସ୍ତ ଶ୍ରଦ୍ଧାଳୁଙ୍କୁ କାଶ୍ମୀରୀ ପରମ୍ପରାରେ ସ୍ବାଗତ କରାଯାଇଛି। ପ୍ରଥମ ପର୍ଯ୍ଯାୟରେ ୫ ହଜାର ୮୯୨ ଜଣ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରିଛନ୍ତି। ଜାମୁର ଭଗବତୀ ନଗରରୁ ସେମାନେ ବାହାରିଥିଲେ। ଏହି ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଲାଗି ୩୧୦ରୁ ଅଧିକ ସରକାରୀ ଯାନର ବ୍ୟବସ୍ଥା କରାଯାଇଛି। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଏହି ଯାତ୍ରା ହେଉଥିବାରୁ ଯାତ୍ରୀଙ୍କ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାସ୍ତାରେ ଅତ୍ୟାଧୁନିକ ସର୍ଭେଲାନ୍ସ ବ୍ୟବସ୍ଥା କରାଯାଇଛି। ପହଲଗାଓଁ ଦେଇ ଅମରନାଥ ଯିବାକୁ ହେଲେ ପଡିବ ୩୬ରୁ ୪୮ କିଲୋମିଟର। ବାଲଟାଲ ଦେଇ ଯିବାକୁ ହେଲେ ପଡ଼ିବ ୧୪ କିଲୋମିଟର। ୩ ହଜାର ୮୮୮ ମିଟର ଉଚ୍ଚରେ ଥିବା ଅମରନାଥକୁ ଯିବା ଲାଗି କଷ୍ଟସାଧ୍ୟ ରୁଟ ରହିଛି।