‘ଭାରତ ସୂଚନା ଦେଲେ ଆମେ ଗିରଫ କରିବୁ’ ଭୁଟ୍ଟୋଙ୍କ ବୟାନ ଶୁଣିଲେ ମୁଣ୍ଡ ପିଟିବେ ପାକିସ୍ତାନୀ

1 min read

ନନ୍ଦିଘୋଷ ବ୍ୟୁରୋ: ମାସୁଦ ଆଝାର ଉପରେ ବିଲାୱାଲ ଭୁଟ୍ଟୋଙ୍କ ବୟାନ ଏବେ ଚର୍ଚ୍ଚାରେ ରହିଛି । ସେ ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ପାକିସ୍ତାନୀ ଲୋକମାନେ ମଧ୍ୟ ଅସ୍ବୀକାର କରିବେ । ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ ଯଦି ଭାରତ ମାସୁଦ ଆଝାର ପାକିସ୍ତାନୀ ମାଟିରେ ଅଛି ବୋଲି ସୂଚନା ଦିଏ ତାହେଲେ ତେବେ ଆମେ ତାକୁ ଗିରଫ କରିବାରେ ଖୁସି ଅନୁଭବ କରିବୁ। ଭାରତ ଅନେକ ଥର ପ୍ରମାଣ ଦେଇଛି ଯେ, ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ପାକିସ୍ତାନର ବାହାୱଲପୁରରେ ଅଛି । ପାକିସ୍ତାନର ପ୍ରାୟ ସମସ୍ତେ ଜାଣିଥିବେ ଯେ ମସୁଦ ଆଝାର କେଉଁଠି ଲୁଚି ରହିଛି, କିନ୍ତୁ ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ ଆମେ ଜାଣିନାହୁଁ ଯେ ମସୁଦ ଆଝାର କେଉଁଠି ଅଛି ।

‘ଭାରତ ମାସୁଦ ଆଝାର ବିଷୟରେ ସୂଚନା ସେୟାର କରିବା ଉଚିତ’

ଏକ ସାକ୍ଷାତକାରରେ ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ ଯଦି ଭାରତ ସୂଚନା ଦିଏ ଯେ ମାସୁଦ ଆଝାର ପାକିସ୍ତାନୀ ମାଟିରେ ଅଛି, ତେବେ ପାକିସ୍ତାନ ତାଙ୍କୁ ଗିରଫ କରିବାକୁ ଖୁସି ଅନୁଭବ କରିବ। ଗତ ବର୍ଷ ହିଁ, ବାହାବଲପୁରରେ ଏକ କାର୍ଯ୍ୟକ୍ରମରେ ମାସୁଦ ଆଝାର ମୁକ୍ତ ଭାବରେ ବୁଲୁଥିବା ଏବଂ ଭାରତ ବିରୁଦ୍ଧରେ ବିଷ ଓଗାଳିଥିବାର ଦେଖାଯାଇଥିଲା।

ଆତଙ୍କବାଦ ବିରୋଧରେ ପାକିସ୍ତାନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ?

ପାକିସ୍ତାନ ପିପୁଲ୍ସ ପାର୍ଟି ମୁଖ୍ୟଙ୍କୁ ପଚରାଯାଇଥିଲା ଯେ ହାଫିଜ୍ ସଇଦ ଏବଂ ମାସୁଦ ଆଝାର ଭଳି ଆତଙ୍କବାଦୀଙ୍କ ବିରୁଦ୍ଧରେ ପାକିସ୍ତାନ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ? ଏହାର ଉତ୍ତରରେ ବିଲାୱାଲ ଭୁଟ୍ଟୋ ବୟାନ ମଧ୍ୟ ଦେଇଥିଲେ ଯେ କିଛି ସମୟ ପାଇଁ ଅଟକ ରହିବା ପରେ, ହାଫିଜ୍ ସଇଦ ଏବେ ଜଣେ ମୁକ୍ତ ବ୍ୟକ୍ତି ।

‘ମାସୁଦ ଆଝାର ଆଫଗାନିସ୍ତାନରେ ଅଛି’ : ଭୁଟ୍ଟୋ

ମାସୁଦ ଆଝାରଙ୍କୁ ବିଷୟରେ ସେ କହିଛନ୍ତି ଯେ ସେ ଆଫଗାନିସ୍ତାନରେ ଅଛନ୍ତି। ଏବଂ ତାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ଯଦି ଆପଣଙ୍କୁ ତାଙ୍କର ଠିକଣା ଜଣାନାହିଁ ତାହେଲେ ଭାରତଠୁ କେମିତି ସେମାନଙ୍କର ଠିକଣା ଆଶା କରୁଛନ୍ତି ? ସେ ଏହାର ଉତ୍ତର ଦେଇ କହିଛନ୍ତି ” ଯଦି ଆପଣଙ୍କର କୌଣସି ଦେଶ ସହିତ ଆତଙ୍କବାଦ ବିରୋଧୀ ଚୁକ୍ତି ଅଛି, ତେବେ ଆମେ ଆମ ଦେଶ ସହିତ ଜଡିତ ଗୋଷ୍ଠୀଗୁଡ଼ିକ ବିଷୟରେ ସୂଚନା ଦେଉଛୁ ଏବଂ ଅନ୍ୟ ଦେଶ ଆମକୁ ଏହାର ଗୋଷ୍ଠୀଗୁଡ଼ିକ ବିଷୟରେ ସୂଚନା ଦେଉଛି। ଏହା କରି, ଆମେ ଲଣ୍ଡନ, ନ୍ୟୁୟର୍କ ଏବଂ ପାକିସ୍ତାନରେ ଆକ୍ରମଣକୁ ପଣ୍ଡ କରିବାରେ ସଫଳ ହୋଇଛୁ। “