’ସନ୍ ଅଫ୍ ସର୍ଦ୍ଦାର-୨’ କେଉଁ କଳାକାର ନେଇଛନ୍ତି କେତେ ଟଙ୍କା ? ପଢ଼ନ୍ତୁ ପୁରା ରିପୋର୍ଟ..
1 min read
ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଜୁଲାଇ ୨୫ ତାରିଖରେ ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଛି ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ସନ୍ ଅଫ୍ ସର୍ଦ୍ଦାର-୨ । ଏହାର ପ୍ରଥମ ଭାଗଟି ବେଶ ହିଟ୍ ହୋଇଥିବାବେଳେ ଅଜୟ ଦେବଗନଙ୍କ ଶେଷ ଫିଲ୍ମ ରେଡ-୨ ମଧ୍ୟ ହିଟ୍ ହୋଇଥିଲା । ଏଣୁ ଏହି ଫିଲ୍ମଟି ମଧ୍ୟ ଭଲ ରୋଜଗାର କରିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । କୁହାଯାଉଛି କି, ଆସନ୍ତା ୧୧ ତାରିଖରେ ଫିଲ୍ମର ଟ୍ରେଲର ଆସିବାକୁ ଯାଉଛି । ଚଙ୍କି ପାଣ୍ଡେ ଏବଂ ରବି କିଶାନଙ୍କ ଭଳି ଭେଟେରାନ ଅଭିନେତାମାନେ ଏହି ଫିଲ୍ମରେ ନଜର ଆସିବାକୁ ଥିବାବେଳେ କିଏ କେତେ ଟଙ୍କା ଫିସ୍ ନେଇଛନ୍ତି ?
ବିଜୟ ଅରୋରାଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଏହି ଫିଲ୍ମରେ ପ୍ରଯୋଜନା ସମ୍ଭାଳିଛି ଅଜୟ ଦେବଗନଙ୍କ ସଂସ୍ଥା ଟଙ୍କା ନିବେଶ କରିଛି । ଯଦି ଟାଇମ୍ସ ନାଓର ରିପୋର୍ଟକୁ ବିଶ୍ବାସ କରିବା ତାହେଲେ ଅଶ୍ବିନୀ କାଲସେକର ଏହି ଫିଲ୍ମର ଏକ ଅଂଶ ହୋଇଥିବାବେଳେ ତାଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଛି । ଏହାସହ ରବି କିଶାନ ୫୦ ଲକ୍ଷ ଟଙ୍କା ନେଇଛନ୍ତି । କୁହାଯାଉଛି କି, ସେ ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ରୋଲ୍ ନିଭାଇଛନ୍ତି । ପ୍ରଥମ ଭାଗରେ ସଞ୍ଜୟ ଦତ୍ତ ଥିବାବେଳେ ଏବେ ରବି କିଶାନ ନଜର ଆସିବେ ।ଅନ୍ୟ କାରକାରଙ୍କ କଥା ଯଦି କହିବା ତାହେଲେ ସଞ୍ଜୟ ମିଶ୍ର ୨୦ ଲକ୍ଷ ନେଉଥିବାବେଳେ ମୃଣାଳ ଠାକୁର ସର୍ବାଧିକ ୫ କୋଟି ଟଙ୍କା ନେଇଛନ୍ତି । ଅନ୍ୟପଟେ ଯଦି ଚଙ୍କି ପାଣ୍ଡେଙ୍କ କଥା କହିବା ତାହେଲେ ସେ ୧ କୋଟି ଟଙ୍କା ପାଇଛନ୍ତି । ଶରତ ସକ୍ସେନା ୩୦ ଲକ୍ଷ ନେଇଥିବାବେଳେ ବିନ୍ଦୁ ଦାରା ୧୦ ଲକ୍ଷ ଟଙ୍କା ନେଇଛନ୍ତି । ଅଜୟ ଦେବଗନଙ୍କ ନିଜର ପ୍ରଡକ୍ସନରୁ ହେଉଥିବାରୁ ତାଙ୍କର କୌଣସି ଫିସ୍ ହିସାବ ହୋଇନାହିଁ ।
କହି ରଖୁଛୁ କି, ସନ୍ ଅଫ୍ ସର୍ଦ୍ଦାରର ପ୍ରଥମ ଭାଗଟି ୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବାବେଳେ ଏହା ଭାରତରେ କେବଳ ୧୦୫ କୋଟି ଟଙ୍କା ରୋଜଗାର କରିଥିଲା । ବିଶ୍ବବ୍ୟାପି କଲେକ୍ସନ କଥା ଯଦି କହିବା ତାହେଲେ ଏହା ୧୫୦ କୋଟି ଟଙ୍କା ରୋଜଗାର କରିଥିଲା । ପ୍ରଥମ ଭାଗରେ ସଞ୍ଜୟ ଦତ୍ତ ନଜର ଆସିଥିବାବେଳେ ଏଥର ମଧ୍ୟ ସେ ଅଭିନୟ କରିବେ ବୋଲି କୁହାଯାଉଥିଲା । କିନ୍ତୁ ଏଯାବତ କୌଣସି ଲୁକ୍ ନଜର ଆସିନାହିଁ । ଅନ୍ୟପଟେ ସେନାକ୍ଷୀଙ୍କ ବଦଳରେ ମୃଣାଳ ଏହି ଫିଲ୍ମରେ ମୁଖ୍ୟ ନାୟିକା ଭାବେ ନଜର ଆସିଛନ୍ତି । ଏହି ଫିଲ୍ମଟି ୨୦୦ କୋଟି ଉପରେ ବ୍ୟବସାୟ କରିବ ବୋଲି ଆଶା ରଖାଯାଇଥିବାବେଳେ ଆଗାମୀ ଦିନରେ କଣ ହେଉଛି ତାଉପରେ ରହିଛି ସମସ୍ତଙ୍କ ନଜର ।