କାନ୍ଥ ପଡ଼ି ଚାଲିଗଲା ୨ ମହିଳାଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: କାନ୍ଥ ପଡ଼ି ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ନାବାଳକ ଗୁରୁତର  ହୋଇଛି। ନୂଆପଡ଼ା ଜିଲ୍ଲା ଲଖନା ଥାନା ପଟକରପାଲି ଗାଁରେ ଘଟିଛି ଅଘଟଣ। ନିର୍ମାଣାଧୀନ କୁକୁଡ଼ା ଫାର୍ମ ଭୁଶୁଡ଼ି ୨ ମହିଳାଙ୍କ ଜୀବନ ଯାଇଛି। ମୃତକ  ହେଲେ ବାଳମତି ଶବର ଓ  ରୂପେ ଶବର ।  ବାଳମତିଙ୍କ ୮ ବର୍ଷର ପୁଅ ରିଧି ଶବର ଗୁରୁତର ଆହତ ହୋଇଛନ୍ତି । ଗାଁର ଦିବାକର  ଶବର ସବସିଡି ଋଣ କରି ନିଜ ଚାଷ ଜମିରେ କୁକୁଡ଼ା ଫାର୍ମ ନିର୍ମାଣ କରୁଥିଲେ । ଗତକାଲି ରାତିରୁ ବର୍ଷା ଲାଗି ରହି ରହିଥିବାରୁ ଦିବାକରଙ୍କ ସ୍ତ୍ରୀ ବାଳମତି, ପୁଅ ରିଧି ଓ ଖୁଡି ରୂପେ ନିର୍ମାଣାଧୀନ କୁକୁଡ଼ା ଫାର୍ମ ଦେଖିବାକୁ ଯାଇଥିଲେ । ଏହି ସମୟରେ ନିର୍ମାଣାଧୀନ କୁକୁଡ଼ା ଫାର୍ମର କାନ୍ଥ ହଠାତ ତାଙ୍କ ଉପରେ ପଡିଯିବାରୁ କାନ୍ଥ ତଳେ ଚାପି ହୋଇଯାଇଥିଲେ।  ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛତି। ଘଟଣାସ୍ଥଳରେ ଲଖନା ପୋଲିସ ପହଞ୍ଚି ତଦନ୍ତ କରୁଛି।