ସ୍ବର ବଦଳାଇଲେ ଚିରାଗ ପାଶ୍ବାନ, ନିର୍ବାଚନରେ ଲଢିବା ଲାଗି କଲେ ଘୋଷଣା

1 min read

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସୁଛି ବିହାର ନିର୍ବାଚନ। ସେପଟେ ସ୍ବର ବଦଳାଇଛନ୍ତି ଲୋକ ଜନଶକ୍ତି ପାର୍ଟି(ରାମ ବିଳାସ) ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ବାନ। ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସୂଚନା ଦେଇଛନ୍ତି । ସରନ ଜିଲ୍ଲାରେ ଆୟୋଜିତ ଏକ ରାଲିରେ ସେ ଏହି ଘୋଷଣା କରିଛନ୍ତି । ଆସନ୍ତା ନିର୍ବାଚନରେ ବିଜେପି, ଜେଡିୟୁ ଓ ଲୋକଜନଶକ୍ତି ପାର୍ଟି (ରାମ ବିଳାସ) ମିଶି ଲଢିବେ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏର ସଦସ୍ୟ ସଂଖ୍ୟା ୧୩୦। ବିଜେପିର ୭୯, ଜେଡିୟୁର ୪୫, ହମ(ଏ)ର ୪ ଓ ସ୍ବାଧୀନ ୨ ବିଧାୟକ ଅଛନ୍ତି । ବିରୋଧୀ ଇଣ୍ଡିମେଣ୍ଟର ସଦସ୍ୟ ସଂଖ୍ୟା ରହିଛି ୧୧୧। ସେଥିରେ ଆରଜେ଼ଡିର ୭୭, କଂଗ୍ରେସର ୧୯, ସିପିଏମଏଲର ୧୧, ସିପିଆଇର ୨ , ସିପିଏମର ୨ ସଦସ୍ୟ ଅଛନ୍ତି । ଏଆଇଏମଆଇଏମର ଜଣେ ସଦସ୍ୟ ଅଛନ୍ତି ।

୨୦୨୦ ନିର୍ବାଚନରେ ଏଲଜେପି ୧୩୭ ଆସନରେ ଲଢିଥିଲା । ହେଲେ କେବଳ ମାଟିହାନି ଆସନରୁ ବିଜୟୀ ହୋଇଥିଲେ ରାଜ କୁମାର ସିଂ । ମାତ୍ର ପରେ ସେ ଜେଡିୟୁକୁ ଲମ୍ଫ ମାରିଥିଲେ । ଚିରାଗ ହାଜିପୁର ଲୋକସଭା ଆସନରୁ ବିଜୟୀ ହୋଇ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେ ଆରଜେଡିର ଶିବ ଚନ୍ଦ୍ର ରାମଙ୍କୁ ୧ ଲକ୍ଷ ୭୦ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ।