ରୋଜଗାରର ରାହା ଦେଖାଇଲା ୟୁଟ୍ୟୁବ୍, ଛେଳି ଚାଷରୁ ସ୍ବାବଲମ୍ବୀ  

ନନ୍ଦିଘୋଷ ବ୍ୟୁରୋ: ୟୁଟ୍ୟୁବର କମାଲ । ୟୁଟ୍ଯୁବ ଦେଖି ବନିଗଲେ ଛେଳି ଚାଷୀ । ଛେଳି ଚାଷ କରି ଚର୍ଚ୍ଚାରେ ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡି ପଞ୍ଚାୟତ ଲୁଙ୍ଗାରବାଡ଼ି ଗାଁର ଗୁଲସନ ପ୍ରଧାନ । ନିଜେ ଛେଳି ଚାଷ କରି ଅନ୍ଯକୁ ଦାଦନ ଖଟିବାକୁ ନଯାଇ ଛେଳି ଚାଷ କରିବାକୁ ଦେଉଛନ୍ତି ପରାମର୍ଶ ।

ରୋଜଗାରର ରାହା ଦେଖାଇଲା ୟୁଟ୍ୟୁବ୍ । ଦାଦନ ଖଟିବାକୁ ନଯାଇ ଆପଣାଇଲେ ଛେଳି ଚାଷ । ହାଇବ୍ରିଡ ଛେଳି ଚାଷ କରି ଚର୍ଚ୍ଚାରେ ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡି ପଞ୍ଚାୟତ ଲୁଙ୍ଗାରବାଡ଼ି ଗାଁର ଗୁଲସନ ପ୍ରଧାନ । ଗୁଲସନ ଯୁକ୍ତ ୨ ଶିକ୍ଷା ଲାଭ ପରେ ଡ୍ରାଇଭର ଭାବେ କାମ କରୁଥିଲେ । ହେଲେ ଏକ ଆକସିଡେଣ୍ଟ ପରେ ସେ ଆଉ ଗାଡି ଚଲାଇ ପାରିଲେ ନାହିଁ । ଶେଷରେ ୟୁଟ୍ଯୁବ ଦେଖି ବନିଗଲେ ଛେଳି ଚାଷୀ । ପ୍ରଥମେ ୧୬ ଗୋଟି ହାଇବ୍ରିଡ ଛେଳି ଆଣି ଚାଷ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ତାହା ୬୩ରେ ପହଞ୍ଚିଲାଣି । ତାଙ୍କୁ ଚାଷ କାର୍ଯ୍ଯରେ ତାଙ୍କ ସ୍ତ୍ରୀ ସାହାର୍ଯ୍ଯ କରୁଛନ୍ତି ।

ଗୁଲସନ ହାଇବ୍ରିଡ ଛେଳି ଚାଷ କରି ନିଜେ ସ୍ଵାବଲମ୍ବୀ ହେବା ସହ ଅଞ୍ଚଳରେ ବେକାର ଯୁବକ ଓ ଯୁବତୀ ମାନଙ୍କୁ ଛେଳି ଚାଷ କରିବାକୁ ଉପଦେଶ ଦେଉଛନ୍ତି । ଛେଳି ମାନଙ୍କ ମାର୍କେଟରେ ବି ବେଶ ଚାହିଦା ରହିଛି । ତେବେ ଛେଳି ମାନଙ୍କୁ ରଖିବାକୁ ଗୁହାଳ ଖଣ୍ଡେ ନଥିବାରୁ ଜରି ପାଲରେ କୁଡିଆ କରି ରଖିଛନ୍ତି ଗୁଲସନ । ଗୁହାଳ ଖଣ୍ଡେ ପାଇଁ ବ୍ଲକ ପ୍ରଶାସନ ନିକଟରେ ସେ ଅନେକ ଗୁହାରି କରିଥିଲେ ବି କୌଣସି ସୁଫଳ ମିଳିପାରିନାହିଁ । ଯଦି ସରକାର ସହାୟତା ଯୋଗାଇ ଦିଅନ୍ତେ ତାହାଲେ ଗୁଲସନ ଭଲ ଛେଳି ଚାଷ କରିପାରନ୍ତେ ।