ଭାରତର ପ୍ରେଜେକ୍ଟ ବିଷ୍ଣୁ: ନାଁ ଶୁଣି ଶତ୍ରୁ ଶିବିରରେ ଛନକା, ବଦଳି ଯିବ ଏସିଆର ଶକ୍ତି ସନ୍ତୁଳନ !
1 min read
ନନ୍ଦିଘୋଷ ବ୍ୟୁରୋ: ମେକ ଇନ୍ ଇଣ୍ଡିଆ କନସପ୍ଟରେ ଭାରତ ଏବେ ନିଜର ପ୍ରତିରକ୍ଷା ଶକ୍ତିକୁ ଦ୍ରୁତ ଗତିରେ ବଢ଼ାଇବାରେ ଲାଗିଛି । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଫାଇଟର ଜେଟ୍ ତେଜସ୍, ଆକାଶ ଓ ପିନାକ ପରି କ୍ଷେପଣାସ୍ତ୍ର ଏବେ ଶତ୍ରୁ ଦେଶ (ବିଶେଷ କରି ପାକିସ୍ତାନ ଓ ଚୀନ)ଙ୍କ ନିଦ ହଜାଇଛି । ଆଉ ଏହାରି ଭିତରେ ଭାରତର ‘ପ୍ରୋଜେକ୍ଟ ବିଷ୍ଣୁ’କୁ ନେଇ ବଡ଼ ଅପଡେଟ୍ ଆସିବାରେ ଲାଗିଛି । ଯାହା ଭାରତ ପ୍ରତି ମନ୍ଦ ଉଦ୍ଦେଶ୍ୟ ରଖୁଥିବା ଦେଶଙ୍କ ମନରେ ଛନକା ଭରି ଦେଇଛି ।
ଭାରତ ନିଜ ସୈନ୍ୟ ଶକ୍ତି ବଢ଼ାଇବା ସହ ନିଜ ମିଜାଇଲ ଶକ୍ତିକୁ ଆହୁରି ଶାଣିତ କରିବାକୁ ପୂରା ଦମରେ ଲାଗି ପଡ଼ିଛି । ପ୍ରୋଜେକ୍ଟ ବିଷ୍ଣୁକୁ ନେଇ ଦାବି କରାଯାଉଛି ଏହା ଭାରତର ସବୁଠାରୁ ଶକ୍ତିଶାଳୀ ଆଡଭାନ୍ସ ମିଜାଇଲ ଟେକ୍ନୋଲଜି ହେବାକୁ ଯାଉଛି । ଯାହା ଉପରେ DRDO କାମ କରୁଛି ।
ବଦଳି ଯିବ ଏସିଆଇ କ୍ଷେତ୍ରରେ ଶକ୍ତି ସନ୍ତୁଳନ !
ଆମେ ପ୍ରଥମେ କହି ରଖିବାକୁ ଚାହୁଁଛୁ, ପ୍ରୋଜେକ୍ଟ ବିଷ୍ଣ କୌଣସି ଗୋଟିଏ ମିଜାଇଲର ଡେଭଲପମେଣ୍ଟ ନୁହେଁ । ଭାରତ ଏହି ପ୍ରେଜେକ୍ଟରେ ଅଲଗା ଅଲଗା ୧୨ଟି ହାଇପରସୋନିକ ମିଜାଇଲ ନିର୍ମାଣ କରୁଛି । ଏହି ସବୁ ମିଜାଇଲ ଏତେ କ୍ଷିପ୍ର ଓ ବିଧ୍ବଂସକ ହେବେ ଯେ, ଏସିଆଇ କ୍ଷେତ୍ରରେ ଶକ୍ତି ସନ୍ତୁଳନ ବଦଳାଇବାର କ୍ଷମତା ରଖିବେ । ଏହାର ଗତି ମ୍ୟାକ୍ ୮ ଅର୍ଥାତ ଘଣ୍ଟାପ୍ରତି ୧୧ ହଜାର କିମି ରହିବ । ଏହି ସଫଳ ହେବା ପରେ ଭାରତ, ଆମେରିକା, ଋଷ ଓ ଚୀନ ପରି ଦେଶଙ୍କ କ୍ଲବରେ ସାମିଲ ହୋଇଯିବ ।
ଆକ୍ରମଣ ସହ ଏୟାର ଡିଫେନ୍ସ ହେବ ଦୃଢ଼
ପ୍ରୋଜେକ୍ଟ ବିଷ୍ଣୁ ଜରିଆରେ ନା କେବଳ ଶତ୍ରୁଙ୍କ ଗୁରୁତ୍ବପୂର୍ଣ୍ଣ ଠକଣାକୁ ଆକ୍ରମଣ କରି ପାରୁଥିବା ମିଜାଇଲ ନିର୍ମାଣ କରାଯାଉଛି । ବରଂ ଏହି ପ୍ରୋଜେକ୍ଟରେ ଇଣ୍ଟର ସେପଟର୍ ମିଜାଇଲ ସିଷ୍ଟର ବି ବିକଶିତ କରାଯାଉଛି । ଯାହା ଶତ୍ରୁଙ୍କ କ୍ରୁଜ ଓ ବାଲେଷ୍ଟିକ ମିଜାଇଲକୁ ରାସ୍ତାରେ ହିଁ ନଷ୍ଟ କରିବାର କ୍ଷମତା ରଖି । ଅର୍ଥାତ ପ୍ରୋଜେକ୍ଟ ବିଷ୍ଣ ଭାରତର ଏୟାର ପାଓ୍ବାରକୁ ପୂର୍ବଠାରୁ ଆହୁରି ଶକ୍ତିଶାଳୀ କରିଦେବ ।
୫ ବର୍ଷରେ ପ୍ରସ୍ତୁତ ହେବ
DRDO ଯୋଜନା କରୁଛି ଆଗାମୀ ୫ ବର୍ଷ ଅର୍ଥାତ ୨୦୩୦ ସୁଦ୍ଧା ହାଇପର ସୋନିକ ଗ୍ଲାଇଡ ଭେଇକିଲ (HGV) ଟେକ୍ନୋଲଜିକୁ ସମ୍ପୂର୍ଣ୍ଣ ଭାବେ ଅପରେସନାଲ କରିଦିଆଯିବ । ଏହାପରେ ପାକିସ୍ତାନର ଯେକୌଣସି ସ୍ଥାନକୁ ମାତ୍ର କିଛି ମିନିଟରେ ଟାର୍ଗଟ କରି ମାଟିରେ ମିଶାଇ ଦେଇ ହେବ । ଆଉ ସବୁଠାରୁ ବଡ଼ କଥା ହେଲା, ଶତ୍ରୁ ପକ୍ଷଙ୍କୁ ଭାରତର ଏହି ସବୁ ମିଜାଇଲକୁ ଅଟକାଇବା ପ୍ରାୟତଃ ଅସମ୍ଭବ ହେବ ।
ରାଡରକୁ ଚକମା ଦେବାକୁ ହେବ ସକ୍ଷମ
ପ୍ରୋଜେକ୍ଟ ବିଷ୍ଣ ଜରିଆରେ ନିର୍ମାଣ ହେଉଥିବା ଏହି ମିଜାଇଲ ଓ ଇଣ୍ଟର ସେପଟର୍ ମିଜାଇଲ ସିଷ୍ଟରରେ ଆଡଭାନ୍ସ ନେଭିଗେସନ ଓ କଣ୍ଟ୍ରୋଲ ସିଷ୍ଟମ ରହିବ । ଅର୍ଥାତ ମିଜାଇଲକୁ ଲଞ୍ଚ କରିବା ପରେ ବି ରାସ୍ତା ମଝିରେ ଏହାର ଟାର୍ଗେଟ ଓ ଦିଗ ପରିବର୍ତ୍ତନ କରିହେବ । ଯାହା ଶତ୍ରୁଙ୍କୁ ଚକମା ଦେବାକୁ ସକ୍ଷମ ହେବ ।
ସ୍କ୍ରାମଜେଟ ଇଞ୍ଜିନରୁ ମିଳିବ ଗତି
ET-LDHCM ନାମକ ମିଜାଇଲ ସ୍କ୍ରିମଜେଟ ଇଞ୍ଜିନରେ ଲେସ୍ ହେବେ । ଯାହା ଏହି ମିଜାଇଲକୁ ହାଇପର ସୋନିକ ସ୍ପିଷ୍ଟ ଦେବ । DRDO ଏହାର ପ୍ରାଥମିକ ପରୀକ୍ଷଣ ମଧ୍ୟ କରି ସାରିଛି । ଭଲ କଥା ହେଲେ, ଯେକୌଣସି ସ୍ଥାନରୁ ଏହାକୁ ମୋବାଇଲ ଲଞ୍ଚର, ଏୟାରକ୍ରାପ୍ଟ କିମ୍ବା ନେଭିର ଯୁଦ୍ଧପୋତରୁ ଛଡ଼ାଯାଇ ପାରିବ ।
୨ ହଜାର କିମି ଲକ୍ଷ୍ୟଭେଦ କ୍ଷମତା
ରିପୋର୍ଟ ଅନୁସାରେ ପ୍ରୋଜେକ୍ଟ ବିଷ୍ଣୁ ଜରିଆରେ ନିର୍ମାଣ ହେଉଥିବା ଏହି ମିଜାଇଲ ଗୁଡିକର ଲକ୍ଷ୍ୟଭାଦ କ୍ଷମତା ୨ ହଜାର କିମି ପର୍ଯ୍ୟନ୍ତ ରହିବ । ଏହା ପାରମ୍ପରିକ ସହ ପରମାଣୁ ଓ୍ବାରହେଡ ବି ନେବାକୁ ସକ୍ଷମ ହେବ । ଚୀନ ପାଖରେ ଥିବା ଆଡଭାନ୍ସ ଡିଫେନ୍ସ ସିଷ୍ଟମ ବି ଏହାକୁ ଟ୍ରାକ କରିବା ଅସମ୍ଭବ ହୋଇଯିବ । ପ୍ରୋଜେକ୍ଟ ବିଷ୍ଣୁ ସଫଳ ହେବା ପରେ ଭାରତକୁ ମିଳିଯିବ ବିଶ୍ବର ସବୁଠାରୁ ଆଡଭାନ୍ସ ଓ ଘାତକ ହାଇପର ସୋନିକ ମିଜାଇଲ ଶକ୍ତି । ଯାହା ଶତ୍ରୁଙ୍କ ପାଇଁ ଏକ କଳା ସ୍ବପ୍ନଠାରୁ କିଛି କମ ହେବନାହିଁ ।